ରୁପା ଚାଦର ଆଚ୍ଛାଦିତ ହେବ ପୁରୀ ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ଭ: ଦୁର୍ବଳ ହେବା ପରେ ବଢିଛି ଶ୍ରୀମନ୍ଦିର ପ୍ରଶାସନ ଚିନ୍ତା

ପୁରୀ(କେନ୍ୟୁଜ୍): ରୁପା ଚାଦର ଆଚ୍ଛାଦିତ ହେବ ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ଭ। ପୁରୀ ଶ୍ରୀମନ୍ଦିରରେ ଗରୁଡ଼ ସ୍ତମ୍ଭ ଦୁର୍ବଳ ହେବା ପରେ ବଢିଛି ଚିନ୍ତା। କୌଣସି ଅଘଟଣକୁ ଦୃଷ୍ଟିରେ ରଖି ଗରୁଡ଼ ସ୍ତମ୍ଭ ଚତୁଃପାର୍ଶ୍ଵକୁ ରୁପାରେ ଆଚ୍ଛାଦିତ କରିବାକୁ ଯୋଜନା କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ୧୩୦ ଲକ୍ଷର ଖର୍ଚ୍ଚ ଆକଳନ କରାଯାଇଛି। ଯୋଜନା ଅନୁଯାୟୀ, ଗରୁଡ଼ ସ୍ତମ୍ଭର ଚତୁଃପାର୍ଶ୍ଵକୁ ପ୍ରଥମେ ଷ୍ଟିଲ୍‌ ଫ୍ରେମ୍‌ ଦ୍ଵାରା ଆଚ୍ଛାଦିତ କରାଯିବ। ଏଥିପାଇଁ ଗରୁଡ଼ ସ୍ତମ୍ଭ ମାପ ଅନୁଯାୟୀ ବୃତ୍ତାକାରର ଏକ ଫ୍ରେମ ତିଆରି ହେବ। ଫ୍ରେମ ରୁପା ଆଚ୍ଛାଦିତ କରାଯିବ ଓ ସଂପୂର୍ଣ୍ଣ ଗରୁଡ଼ ସ୍ତମ୍ଭକୁ ରୁପା ଦ୍ଵାରା ଆବଦ୍ଧ କରାଯିବ।

ପଶ୍ଚିମବଙ୍ଗ ଦୁର୍ଗାପୁରସ୍ଥିତ ଭିରିଙ୍ଗି କମର୍ସିଆଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନିର୍ଦ୍ଦେଶକ ଏସ ଏନ ସିଂହ ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଖର୍ଚ୍ଚ ଅର୍ଥକୁ ସେ ବହନ କରିବାକୁ ସମ୍ମତି ଜଣାଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ଏହି ପ୍ରସ୍ତାବ ସଂପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ସହ ବି ଆଲୋଚନା ହୋଇଛି। କିନ୍ତୁ ଗରୁଡ଼ ସ୍ତମ୍ଭ ଭକ୍ତ ଧାର୍ମିକ ଭାବନା ସହ ଜଡ଼ିତ ଥିବାରୁ ଏହି ପ୍ରସ୍ତାବ ଉପରେ ଅଧିକ ବିଚାରବିମର୍ଶ ଜାରି ରହିଛି। ଶ୍ରୀମନ୍ଦିର ନାଟମଣ୍ଡପରେ ଥିବା ଗରୁଡ଼ ସ୍ତମ୍ଭ ଚନ୍ଦନ କାଠର ଜୀବାଶ୍ମରେ ତିଆରି ହୋଇଛି। ତେବେ ଭକ୍ତଙ୍କ ହାତ ସ୍ପର୍ଶରେ ଏହା କ୍ରମଶଃ ଦୁର୍ବଳ ହେଉଥିବା ଜଣାପଡ଼ିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.