ତେଜପତ୍ର ଖାଉଛନ୍ତି କି? ଜାଣି ନିଅନ୍ତୁ ଏହା ଶରୀର ପାଇଁ କେତେ ଲାଭଦାୟକ
ଖାଦ୍ୟ ବନାଇବାରେ ତେଜପତ୍ରର ବ୍ୟବହାର ନା କେବଳ ଆପଣଙ୍କ ଖାଦ୍ୟର ସ୍ୱାଦକୁ ବଢ଼ାଇଥାଏ ବରଂ ସ୍ୱାସ୍ଥ୍ୟକୁ ଲାଭ ମଧ୍ୟ ପ୍ରଦାନ କରିଥାଏ। ଏହା ଏକ ଏମିତି ଜଡିବୁଟି ଯେଉଁଥିରେ ଭିଟାମିନ୍ ଏ ଏବଂ ସି ରହିବା ସହିତ ଫଲିକ୍ ଏସିଡ୍ ଭଳି ଆବଶ୍ୟକ ତତ୍ତ୍ୱ ମଧ୍ୟ ରହିଥାଏ। ଏହାଛଡା ତେଜପତ୍ରରେ ମିନେରାଲ୍ସ ମଧ୍ୟ ବହୁତ ମାତ୍ରାରେ ରହିଥାଏ ଯାହା ଅନେକ ପ୍ରକାରର ସ୍ୱାସ୍ଥ୍ୟକୁ ଲାଭ ପହଁଚାଇଥାଏ।
ଆମ ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ ତେଜପତ୍ର ବ୍ୟବହୃତ ହୁଏ। ଆମେ ଅନୁଭବ କରୁ ଯେ ତେଜପତ୍ର କେବଳ ଖାଦ୍ୟରେ ଭଲ ସୁଗନ୍ଧ ଆଣିବାରେ ସାହାଯ୍ୟ କରେ। କିନ୍ତୁ ଆଜି ଆମେ ଆପଣଙ୍କୁ ତେଜପତ୍ରର ଆହୁରି ଅନେକ ଉପକାରିତା ଗୁଣ ବିଷୟରେ ଜଣାଇବୁ। ତେଜପତ୍ର ଆମ ଚର୍ମ ଏବଂ କେଶକୁ ମଧ୍ୟ ସୁନ୍ଦର କରିଥାଏ। ସୌନ୍ଦର୍ୟ୍ୟ ବଢାଇବା ପାଇଁ ତେଜପତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
ମୁଖକୁ ଚିକ୍କଣ କରିଥାଏ:
ଯେଉଁମାନଙ୍କ ମୁହଁରେ ଦାଗ ବା ପିମ୍ପଲ୍ ଥାଏ। ତେଜପତ୍ର ସେମାନଙ୍କ ପାଇଁ ଲାଭଦାୟକ ଅଟେ। ଏହାର ପେଷ୍ଟକୁ ଲଗାଇବା ଦ୍ୱାରା ମୁହଁରେ ଚମକ ଆସିଥାଏ ଏବଂ ସଫା ହୋଇଥାଏ। ଏହାର ପେଷ୍ଟ ବ୍ୟତୀତ ଆପଣ ତେଜପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ମୁହଁ ମଧ୍ୟ ଧୋଇ ପାରିବେ। ଏହା ଆହୁରି ଭଲ ଫଳ ଦେଇଥାଏ।
ସୂର୍ଯ୍ୟକିରଣରେ ତ୍ୱଚା କଳା ପଡ଼ିଲେ ଏହା ଅତ୍ୟନ୍ତ ଲାଭଦାୟକ:
ଯେଉଁମାନଙ୍କର ମୁହଁ ଶକ୍ତିଶାଳୀ ସୂର୍ଯ୍ୟ କିରଣ ଦ୍ୱାରା କଳା ପଡ଼ିଯାଏ, ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପକାରୀ ଅଟେ। ମୁହଁକୁ ତେଜପତ୍ର ପାଣିରେ ଧୋଇବା ଦ୍ୱାରା ସନ୍ ଟ୍ୟାନ୍ ଦୂର ହୋଇଥାଏ ଏବଂ ମୁହଁର ଉଜ୍ଜ୍ବଳତା ବଜାୟ ରହିଥାଏ।
କେଶର ଦୃଢ଼ତା ବଜାୟ ରଖେ:
ତେଜପତ୍ର ପାଣି କେଶକୁ ସୁନ୍ଦର ଏବଂ ଶକ୍ତିଶାଳୀ କରିଥାଏ। ତେଲରେ ତେଜପତ୍ର ପକାଇ ସେହି ତେଲକୁ କେଶରେ ଲଗାଇଲେ କେଶର ମୂଳ ମଜବୁତ ହୁଏ ଏବଂ ତେଜପତ୍ର ପାଣିରେ ଧୋଇବା ଦ୍ୱାରା କେଶ ନରମ ଏବଂ ସାଇନିଂ ହୋଇଥାଏ।
ରୁପି ସମସ୍ୟା ଦୂର ହୁଏ:
ଯେଉଁମାନଙ୍କର କେଶରେ ରୁପି ଅଛି, ସେମାନେ ଏହି ପତ୍ରର ଏକ ପେଷ୍ଟ ଲଗାଇବା ଉଚିତ୍। ପେଷ୍ଟରେ ଦହି ମିଶ୍ରଣ କରି ଲଗାଇଲେ ବହୁତ ଭଲ ଫଳ ମିଳିଥାଏ।
ଦାନ୍ତକୁ ଧଳା ରଖିବାରେ ସହାୟକ ହୋଇଥାଏ:
ଦାନ୍ତ ପାଇଁ ତେଜପତ୍ର ପାଉଡର ଉପକାରୀ ଅଟେ। ପତ୍ରକୁ ଶୁଖାଇ ପାଉଡର ତିଆରି କରନ୍ତୁ। ଏହାକୁ ଟୁଥପେଷ୍ଟ ଭାବରେ ବ୍ୟବହାର କଲେ ଦାନ୍ତ ଉଜ୍ଜ୍ୱଳ ହୋଇଥାଏ।