ଗୋବିନ୍ଦପୁର ଫାଟକ ନିକଟରୁ ମୃତ ହରିଣ ଉଦ୍ଧାର, କୁଜଙ୍ଗ ବନବିଭାଗକୁ ହସ୍ତାନ୍ତର କରାଗଲା

ଜେଏସଡବ୍ଲୁ ଗୋବିନ୍ଦପୁର ଫାଟକ ନିକଟରୁ ମୃତ ହରିଣ ଉଦ୍ଧାର| ମୃତ ହରିଣକୁ ଉଦ୍ଧାର କଲେ ଜେଏସଡବ୍ଲୁର ସିକ୍ୟୁରିଟ ଗାର୍ଡ|

ପାରାଦୀପ : ଜେଏସଡବ୍ଲୁ ଗୋବିନ୍ଦପୁର ଫାଟକ ନିକଟରୁ ମୃତ ହରିଣ ଉଦ୍ଧାର| ମୃତ ହରିଣକୁ ଉଦ୍ଧାର କଲେ ଜେଏସଡବ୍ଲୁର ସିକ୍ୟୁରିଟ ଗାର୍ଡ| ତେବେ କିଭଳି ଏହି ହରିଣ ମୃତ୍ୟୁ ବରଣ କଲା ତାହା ଅସ୍ପଷ୍ଟ ଥିବା ବେଳେ କୌଣସି ବ୍ୟକ୍ତି ଏହି ହରିଣକୁ ଆଘାତ ଦେଇ ମାରିଦେଇଥିବା ସନ୍ଦେହ କରାଯାଉଛି|

ଜେଏସଡବ୍ଲୁ କାରଖାନା ହେଉଥିବା ଅଂଚଳ ନିକଟରେ ଜଟାଧାର ତଣ୍ଡା ଥିବାରୁ ଏଠାକୁ ଏହି ବିରଳ ପ୍ରଜାତିର ଚିତ୍ରା ହରିଣ ବିତରଣ କରିଥାନ୍ତି | ହରିଣ ପଲ କମ୍ପାନୀ ପଟକୁ ଚରିବାକୁ ଆସିଥିବା ବେଳେ କେହି ତାକୁ ଆକ୍ରମଣ କରିଥାଇପାରନ୍ତି ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରିଛନ୍ତି| ତେବେ ଜେଏସଡବ୍ଲୁର ସିକ୍ୟୁରିଟ ଗାର୍ଡ ଏହି ମୃତ ହରିଣକୁ କୁଜଙ୍ଗ ବନବିଭାଗକୁ ହସ୍ତାନ୍ତର କରିଥିବା ବେଳେ ତଦନ୍ତ ପରେ ହରିଣ ମୃତ୍ୟୁର କାରଣ ଜଣାପଡିବ|

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.