ବିଶ୍ବକପ ୨୦୨୩ : କ୍ବାଲିଫାୟର ମ୍ୟାଚରୁ ବାଦ୍‌ ପଡିଲା ୪ଟି ଦେଶ, ଭାଙ୍ଗିଗଲା ବିଶ୍ବକପ୍‌ ଖେଳିବା ସ୍ବପ୍ନ

ବିଶ୍ବକପ୍‌ ସ୍ବପ୍ନ ଅଧାରେ ରହିଲା । କ୍ବାଲିଫାୟର ମ୍ୟାଚରୁ ହିଁ ବାଦ୍‌ ପଡିଲା ୪ଟି ଦେଶ । ନେପାଳ, ୟୁନାଇଟେଡ୍‌, ୟୁଏଇ ପରେ ଆର୍ୟଲାଣ୍ଡ ମଧ୍ୟ ବିଶ୍ବକପରୁ ବାଦ୍‌ ପଡିଛି ।

ଆସନ୍ତା ଅକ୍ଟୋବରରେ ଭାରତରେ ଆୟୋଜନ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ୨୦୨୩ । ଆଉ ଏଥିପାଇଁ ୧୮ ଜୁନରୁ ଜିମ୍ବାୱେ ବିଶ୍ବକପ ପାଇଁ କ୍ବାଲିଫାୟାର ମ୍ୟାଚ୍‌ ଖେଳାଯାଉଛି । ୧୦ ଟିମ୍‌ ମଧ୍ୟରେ ଆଉ ବାକି ୨ଟି ସ୍ଥାନ ପାଇଁ କ୍ବାଲିଫାୟାର ଲଢେଇ ଚାଲିଛି । ତେବେ ୪ଟି ଟିମର ବିଶ୍ବକପ ଖେଳିବା ସ୍ବପ୍ନ ଭାଙ୍ଗିଯାଇଛି । ଗତ ଶନିବାର ଦିନ ଜିମ୍ବାୱେ ୱେଷ୍ଟଇଣ୍ଡିଜକୁ ହରାଇବା ପରେ ପଏଣ୍ଟ ଟେବୁଲ ବଦଳିଯାଇଛି । ଆଉ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଛି ୪ଟି ଦେଶ ।

ସୂଚନା ମୁତାବକ, ନେପାଳ, ୟୁନାଇଟେଡ୍‌, ୟୁଏଇ ପରେ ଆର୍ୟଲାଣ୍ଡ ମଧ୍ୟ ବିଶ୍ବକପରୁ ବାଦ୍‌ ପଡିଛି । ଆସନ୍ତା ଦିନିକିଆ ବିଶ୍ୱକପରେ ୧୦ଟି ଟିମ୍ ଭାଗ ନେବାକୁ ଯାଉଛି । ତେବେ ଏଥିପାଇଁ ୮ଟି ଟିମ୍ ନିଜ ସ୍ଥାନ ପକ୍କା କରି ସାରିଥିବା ବେଳେ ଅନ୍ୟ ଦୁଇଟି ସ୍ଥାନ ପାଇଁ କ୍ୱାଲିଫାୟାର ଲଢେଇ ଜାରି ରହିଛି । ଆୟୋଜକ ଭାରତ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ପାକିସ୍ତାନ, ଆଫଗାନିସ୍ତାନ ବିଶ୍ୱକପରେ ସ୍ଥାନ ପାଇଛନ୍ତି । ଏହାବ୍ୟତୀତ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟ ବିଶ୍ୱକପରେ ଖେଳିବାକୁ ଯାଉଛନ୍ତି ।

ସୂଚନାଯୋଗ୍ୟ, ବିଶ୍ବକପ ୨୦୨୩ ମ୍ୟାଚରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୫ ଅକ୍ଟୋବରରେ ମ୍ୟାଚ୍‌ ଖେଳାଯିବ । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ୮ ଅକ୍ଟୋବରରୁ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଚେନ୍ନାଇରେ ଖେଳାଯିବ । ଏହାପରେ ଅକ୍ଟୋବର ୧୧ରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯବ । ପୁନେ, ଧର୍ମଶାଳା, ଲକ୍ଷ୍ନୌ ଏବଂ ମୁମ୍ବାଇରେ ଭାରତର ମ୍ୟାଚ୍‌ ଖେଳାଯିବ ।

ଖବର ମୁତାବକ, ବିଶ୍ବକପ ପାଇଁ ୯ଟି ସ୍ଥାନ ପାଇଁ ଲିଷ୍ଟ କରାଯାଇଛି । ଅହମଦାବାଦ, ଚେନ୍ନାଇ, ଲକ୍ଷ୍ନୌ, ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ, କୋଲକତା, ପୁନେ, ଧର୍ମଶାଳା ସାମିଲ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.