Below header

ଆଷାଢ ମାସରେ ଗଛରେ ଆସିଛି ଆମ୍ବ ବଉଳ ସହ ଆମ୍ବ, କାକଟପୁର ବ୍ଲକ ଅଶୃଙ୍ଖଳା ଗାଁର ଘଟଣା

ଆଷାଢ ମାସରେ ଗଛରେ ଆସିଛି ଆମ୍ବ ବଉଳ । ଗଛରେ ଭର୍ତ୍ତି ହୋଇ ଆସିଛି ଆମ୍ବ ବଉଳ । ଏପରିକି ଗୋଟି ଗୋଟି କରି ଆମ୍ବ ଧରିବା ଆରମ୍ଭ କରିଲାଣି । କାକଟପୁର ବ୍ଲକ ଅଶୃଙ୍ଖଳା ଗାଁର କେଦାର ମହାନ୍ତିଙ୍କ ଆମ୍ବବଗିଚାରେ ଏପରି ଦେଖିବାକୁ ମିଳିଛି ।

କାକଟପୁର(କେନ୍ୟୁଜ୍): ବେଳେବେଳେ ପ୍ରକୃତିରେ କିଛି ଅସାଧାରଣ ଘଟଣା ଘଟିଥାଏ । ଯେଉଁ ଘଟଣା ଆମକୁ ଆଶ୍ଚର୍ଯ୍ୟ ଲାଗିବା ସହ କୌତୁହଳ ସୃଷ୍ଟି କରିଥାଏ । ଏପରି ଏକ ଆଶ୍ଚଯ୍ୟ ଜନକ ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଶୃଙ୍ଖଳା ଗାଁରେ । ଋତୁ ଅନୁଯାୟୀ ବିଭିନ୍ନ ଗଛରେ ଫୁଲ ଫୁଟିବା ସହ ଫଳ ଆସିଥାଏ । ବେଳେବେଳେ ଏଥିରେ କିନ୍ତୁ ସାମାନ୍ୟ ପରିବର୍ତ୍ତନ ବା ବ୍ୟତିକ୍ରମ ଦେଖାଦିଏ । ଯାହା ଆମ ମନରେ କୌତୁହଳ ସୃଷ୍ଟି କରିଥାଏ । ସାଧାରଣ ଭାବେ ଫଗୁଣ ମାସରେ ଆମ୍ବ ବଉଳ ଆସେ । ଖରାରେ ଆମ୍ବ ପଚିଥାଏ । ଏହି ଋତୁରେ ସମସ୍ତେ ଆମ୍ବର ମଜା ନେଇଥାନ୍ତି ।

ଆଷାଢ ମାସରେ ଗଛରେ ଆସିଛି ଆମ୍ବ ବଉଳ । କାକଟପୁର ବ୍ଲକ ଅଶୃଙ୍ଖଳା ଗାଁର କେଦାର ମହାନ୍ତିଙ୍କ ଆମ୍ବବଗିଚାରେ ଏପରି ଦେଖିବାକୁ ମିଳିଛି । ଗଛରେ ଭର୍ତ୍ତି ହୋଇ ଆସିଛି ଆମ୍ବ ବଉଳ । ଏପରିକି ଗୋଟି ଗୋଟି କରି ଆମ୍ବ ଧରିବା ଆରମ୍ଭ କରିଲାଣି । ଯେଉଁ ଗଛରୁ ଆମ୍ବ ସରୁଛି ସେଥିରେ ପୁଣି ବଉଳ ଆସୁଛି । ତାଙ୍କ ବାଡ଼ିରେ ରହିଛି ବିଭିନ୍ନ କିସମର ୪୦ଟି ଆମ୍ବଗଛ । ଚଳିତ ବର୍ଷ ମଧ୍ୟ ଫଗୁଣରେ ଆମ୍ବ ବଉଳ ଆସି ଖରାଦିନେ ଆମ୍ବ ବିକ୍ରି କରିଥିଲେ । ପରେ ପୁଣି ସେହି ଗଛରେ ଆଷାଢରେ ଆମ୍ବ ବଉଳ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ପ୍ରତ୍ୟେକ ବର୍ଷ ସେ ୧୦ କୁଇଣ୍ଟାଲ ଆମ୍ବ ଅମଳ କରିଥାନ୍ତି । ଏହିସବୁ ଆମ୍ବକୁ ସ୍ଥାନୀୟ କାକଟପୁର ବଜାରରେ ବିକ୍ରି କରିଥାନ୍ତି । ଚଳିତ ବର୍ଷ ମଧ୍ୟ ଭଲ ଆମ୍ବ ଅମଳ ହୋଇଥିଲା ଓ ତାକୁ ନେଇ ସ୍ଥାନୀୟ ବଜାରରେ ବିକ୍ରି କରିଥିଲେ । ଭଲ ଦୁଇ ପଇସା ମଧ୍ୟ ରୋଜଗାର କରିଥିଲେ । ଗଛରୁ ଆମ୍ବ ତୋଳା ସରିବା ପରେ ଆଷାଢ ମାସରେ ପୁଣି ଆମ୍ବ ବଉଳ ଆସିଛି । ଯାହା ସମସ୍ତଙ୍କ ମନରେ କୌତୁହଳ ସୃଷ୍ଟି କରିଛି । ଆଖପାଖ ଅଞ୍ଚଳରୁ ଲୋକେ ଏହାକୁ ଦେଖିବାକୁ ଆସୁଛନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏପରି ହୋଇଥାଇ ପାରେ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.