୫ଜଣ ଇଞ୍ଜିନିୟରଙ୍କୁ ତାଲା ପକାଇଲେ ଲୋକ

ମଜୁରିଆଙ୍କ ପାରିଶ୍ରମିକ ଦେବା ଦାବିରେ ଲୋକ ତାଲା ପକାଇଛନ୍ତି । ଗତ କିଛି ମାସ ହେଲା ଏକଲବ୍ୟ ବିଦ୍ୟାଳୟର କାର୍ଯ୍ୟ ଚାଲିଛି । ବିଦ୍ୟାଳୟ ନିର୍ମାଣ କରୁଥିବା କଣ୍ଟ୍ରାକ୍ଟର, ଲେବର, ମିସ୍ତ୍ରୀ ଏବଂ ଭେଣ୍ଡର କାର୍ଯ୍ୟ କରିଥିଲେ ବି ବକେୟା ଟଙ୍କା ପାଇନାହାନ୍ତି ।

କରଞ୍ଜିଆ(କେନ୍ୟୁଜ୍): ଇଞ୍ଜିନିୟରଙ୍କୁ ତାଲା । ୫ଜଣ ଇଞ୍ଜିନିୟରଙ୍କୁ ତାଲା ପକାଇଲେ ଲୋକ । ମୟୂରଭଞ୍ଜ ଶୁକୃଳି ବ୍ଲକ ଇନ୍ଦିପୁର ଗାଁର ଦିନ ମଜୁରିଆଙ୍କ ପାରିଶ୍ରମିକ ଦେବା ଦାବିରେ ଲୋକ ତାଲା ପକାଇଛନ୍ତି । ଗତ କିଛି ମାସ ହେଲା ଏକଲବ୍ୟ ବିଦ୍ୟାଳୟର କାର୍ଯ୍ୟ ଚାଲିଛି । ବିଦ୍ୟାଳୟ ନିର୍ମାଣ କରୁଥିବା କଣ୍ଟ୍ରାକ୍ଟର, ଲେବର, ମିସ୍ତ୍ରୀ ଏବଂ ଭେଣ୍ଡର କାର୍ଯ୍ୟ କରିଥିଲେ ବି ବକେୟା ଟଙ୍କା ପାଇନାହାନ୍ତି ।

ଏଥିପାଇଁ ଆଜି ୫ଜଣ ଇଞ୍ଜିନିୟରଙ୍କୁ ତାଲା ପକାଇଛନ୍ତି ଉତ୍ୟକ୍ତ ଲୋକ। ଏଥିରେ କେନ୍ଦ୍ର ସରକାରଙ୍କ ୩ଜଣ ଇଂଜିନିୟର ଥିବାବେଳେ କମ୍ପାନୀର ଦୁଇ ଜଣ ଇଂଜିନିୟର ଅଛନ୍ତି । ଘଟଣାସ୍ଥଳରେ ରରୁଆ ପୋଲିସ ପହଁଚି ଲୋକମାନକୁ ବୁଝାସୁଝା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.