ଭୁବନେଶ୍ୱରରେ ବିଶ୍ୱ ଯୁବ କ୍ରୀଡ଼ା ସାମ୍ବାଦିକ ତାଲିମ କର୍ମଶାଳା

ଭୁବନେଶ୍ୱର (କେ ନ୍ୟୁଜ୍‌) : ହକି ବିଶ୍ୱ କପ୍‌ ଅବସରରେ ଭୁବନେଶ୍ୱରରେ ଆରମ୍ଭ ହୋଇଛିଆଉ ଏକ ବିଶ୍ୱ ସ୍ତରୀୟ କାର୍ଯ୍ୟକ୍ରମ । ଏଠାରେ ଆରମ୍ଭ ହୋଇଛି ବିଶ୍ୱ ଯୁବ କ୍ରୀଡ଼ା ସାମ୍ବାଦିକଙ୍କ ତାଲିମ କାର୍ଯ୍ୟକ୍ରମ । ଗତକାଲି ସନ୍ଧ୍ୟାରେ କଳ୍ପନା ଛକ ନିକଟ ହୋଟେଲ ପୁଷ୍ପକରେ ଏହି କର୍ମଶାଳା ଉଦ୍‌ଘାଟିତ ହୋଇଛି । ଏଥିରେ ବିଶ୍ୱର ବିଭିନ୍ନ ଦେଶରୁ ଯୁବ କ୍ରୀଡ଼ା ସାମ୍ବାଦିକମାନେ ଯୋଗ ଦେଇଛନ୍ତି । ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍‌ଜେଏଫ୍‌ଆଇ) ଆନୁକୂଲ୍ୟରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ସହଯୋଗରେ ଏହି କର୍ମଶାଳା ଆୟୋଜିତ ହେଉଛି । ଉଦ୍‌ଘାଟନୀ ସନ୍ଧ୍ୟାରେ ଭାରତୀୟ ହକି ଦଳର ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କି ଏବଂ ଟ୍ଵିଟର୍‌ର କ୍ରୀଡ଼ା ବିଭାଗ ମୁଖ୍ୟ ଅନିଶ ମଦାନି ଯୋଗ ଦେଇଥିଲେ ।

SPORTS JOUNALIST-2

ଏହି କର୍ମଶାଳା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର ସମ୍ପାଦକ ସନାତନ ପାଣି ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ବିଭିନ୍ନ କ୍ରୀଡ଼ା ଇଭେଣ୍ଟର ଖବର ସଂଗ୍ରହ ଏବଂ ରିପୋର୍ଟ ଆଦି ଲେଖିବା ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଦରକାର, କିଭଳି ଭାବେ ରିପୋର୍ଟ ଉପସ୍ଥାପନ କଲେ ଲୋକଙ୍କୁ ଭଲ ଲାଗିବ, ଏସବୁ ସମ୍ପର୍କରେ ଯୁବ କ୍ରୀନା ସାମ୍ବାଦିକଙ୍କୁ ବରିଷ୍ଠ ସାମ୍ବାଦିକମାନେ ତାଲିମ ଦେଉଛନ୍ତି ।

 

You might also like