Below header

ବସ୍‌କୁ ପିଟିଲା ଟ୍ରଲର୍‌, ଆହତ ହେଲେ ଯାତ୍ରୀ

ଝାରସୁଗୁଡ଼ା (କେ ନ୍ୟୁଜ୍‌) : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଝାରସୁଗୁଡ଼ା ମଝି ରେ ଏନଏଚ ୪୯ ଆମ୍ବଦରହ ନିକଟରେ ଏକ ଟ୍ରଲର ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣା ରେ ୧୫ ଜଣରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏକ ବୁଲାଣିରେ ଟ୍ରଲର ଗାଡ଼ି ବୁଲାଇବା ବେଳେ ଏବଂ ମାଁ ଭଗବତୀ ବସ୍‌ ସହ ଧକ୍କା ହୋଇଥିଲା। ଫଳରେ ବସ୍‌ରେ ଥିବା ଯାତ୍ରୀ ଆହତ ହୋଇଥିଲେ। ଘଟଣାସ୍ଥଳରେ ପୋଲିସ ପହଂଚି ଆହତମାନଙ୍କୁ ହସ୍ପିଟାଲ ନେବା ସହିତ ତଦନ୍ତ କରୁଛି। ଦୁର୍ଘଟଣା ପରେ ବସ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇ ଯାଇଛନ୍ତି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.