Below header

ଗୁପ୍‌ଚୁପ୍‌ ବିକାଳି ହେଲେ କୋଟିପତି : ଆଇପିଏଲ୍‌ ନିଲାମୀରେ ଯଶସ୍ୱୀ ବିକ୍ରି ହେଲେ ୨.୪୦ କୋଟିରେ

କୋଲକାତା : କଥାରେ ଅଛି ଆଜି ଯେ ଫକୀର କାଲି ସେ ରାଜା । ବର୍ତ୍ତମାନ ସମୟରେ ଏମିତି କିଛି ଘଟଣା ଘଟି ଚାଲିଛି । ଆଉ ଆଜି ସେହିଭଳି ଏକ ଘଟଣାର ପୁନରାବୃତ୍ତି ହୋଇଛି । ଦିନେ ବାପାଙ୍କ ସହିତ ଗୁପ୍‌ଚୁପ୍‌ ବିକୁଥିବା ଖେଳାଳି ଅଚାନକ କୋଟିପତି ପାଲଟି ଯାଇଛନ୍ତି । ଅବଶ୍ୟ ନିଜ ପରିଶ୍ରମ ଓ ନିଷ୍ଠା ବଳରେ । କୋଲକାତାରେ ଚାଲିଥିବା ଆଇପିଏଲ୍‌ ନିଲାମୀରେ ଏହି ଯୁବ ଖେଳାଳି ଜଣକ ବିକ୍ରି ହୋଇଛନ୍ତି ୨ କୋଟି ୪୦ ଲକ୍ଷ ଟଙ୍କାରେ । ସେ ହେଉଛନ୍ତି ୧୭ ବର୍ଷ ବୟସ୍କ ବ୍ୟାଟ୍‌ସମ୍ୟାନ୍‌ ଯଶସ୍ୱୀ ଜୟସ୍ୱାଲ । ଯଶସ୍ୱୀଙ୍କ ବେସ୍‌ ପ୍ରାଇସ୍‌ ମାତ୍ର ୨୦ ଲକ୍ଷ ଟଙ୍କା ଥିଲା । ସେ ଏପର୍ଯ୍ୟନ୍ତ ଭାରତୀୟ ସିନିୟର ଦେଳରେ ଖେଳିବାର ସୁଯୋଗ ପାଇ ନାହାନ୍ତି । ତେବେ ରାଜସ୍ଥାନ ରୟାଲ୍ସ ତାଙ୍କୁ ଏତେ ଟଙ୍କା ଦେଇ କିଣିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.