ଦିନେ ଗୁପଚୁପ୍ ବିକି ବିତାଉଥିଲେ ଜୀବନ, ଆଜି ଦ୍ବିଶତକ ମାରିବାରେ ସର୍ବ କନିଷ୍ଠ ଖେଳାଳୀ ଭାବେ ସୃଷ୍ଟି କଲେ ପରିଚୟ

ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଅର୍ଥ । କଥାରେ ଅଛି ଯଦି କେହି ନିଜ ଆଶାକୁ ପୂର୍ଣ୍ଣ କରିବା ପାଇଁ ନିଷ୍ଠାର ସହିତ ପରିଶ୍ରମ କରେ ତେବେ ସେ ନଶ୍ଚୟ ଦିନେ ନା ଦିନେ ନିଜର ଲକ୍ଷସ୍ଥଳରେ ପହଁଚିପାରିବ । ଏଥିପାଇଁ ଖାଲି ଦରକାର ଧର୍ଯ୍ୟ ଆଉ ଆତ୍ମବିଶ୍ବାସ । ଆଜି ଆମେ କଥା ହେଉଛେ ଏମିତି ଏକ ଯୁବକଙ୍କ ବିଷୟରେ ଯିଏ ନିଜର ସ୍ବପ୍ନ ପୂରଣ କରିବା ପାଇଁ ୧୧ବର୍ଷ ବୟସରେ ଘର ଛାଡି ଚାଲି ଆସିଥିଲେ ମୟା ନଗରୀ ମୁମ୍ବାଇକୁ । ଆଖିରେ ଥିଲା ଆଖିଏ ସ୍ବପ୍ନ । କିନ୍ତୁ ପକେଟରେ ନଥିଲା ଅର୍ଥ । ଆଶା ଥିଲା ଦିନେ ନା ଦିନେ କ୍ରିକେଟ ଖେଳି ନିଜର ଏକ ସ୍ବତନ୍ତ୍ର ପରିଚୟ ସ୍ରୁଷ୍ଟି କରିବେ। ହୁଏତ ଭଗବାନଙ୍କ ଆଶିର୍ବାଦ ଥିଲା ତାଙ୍କ ଉପରେ । ନହେଲେ ଏତେ କମ୍ ବୟସରେ ମୁମ୍ବାଇ ଆସିବାର ନିଷ୍ପତି ସେ ବା କେମିତି ନେଇଥାନ୍ତେ ।
ସେ ଯାହାହେଉ ମୁମ୍ବାଇ ଆସିବାପରେ ନିଜର ସ୍ବପ୍ନ ପୂରଣ କରିବା ପାଇଁ ମିଳିଗଲା ତାଙ୍କୁ ପ୍ରଥମ ପାହାଚ। ମୁସଲିମ୍ ୟୁନାଇଟେଡ୍ କ୍ଳବ୍ ରେ yashasvi-jaiswalତାଙ୍କର ଆଡମିସନ୍ ପରେ କ୍ଳବ୍ ପକ୍ଷରୁ ତାଙ୍କୁ ଯୋଗାଇଦିଆଗଲା ରହିବାର ବ୍ୟବସ୍ଥା, କିନ୍ତୁ ବାପା ପଠାଉଥିବା ଟଙ୍କା ତାଙ୍କରେ ଖର୍ଚ୍ଚକୁ ମେଣ୍ଟାଇ ପାରୁନଥିଲା। ଶେଷରେ ନିଜର ସ୍ବପ୍ନକୁ ପୂରଣ କରିବା ପାଇଁ ସେ ଆରମ୍ଭ କଲେ ସଂଘର୍ଷ । ଆଉ ରୋଜଗାର କରିବା ପାଇଁ ବିକିଲେ ଗୁପ୍ ଚୁପ୍ । ଗୁପ୍ ଚୁପ୍ ବିକିବା ସହିତ ଖେଳରେ ନିଜର ପ୍ରଚେଷ୍ଟା ମଧ୍ଯ ଜାରି ରଖିଥିଲେ । ଶେଷରେ ତାଙ୍କ ପରିଶ୍ରମ ସଫଳ ହେଲା। ଭଲ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରି ସେ ଆସିଲେ ଲୋକଲୋଚନକୁ । ସେ ହେଉଛନ୍ତି ଯଶସ୍ବୀ ଜୟସଓ୍ୱାଲ୍ ।
ଏହାସହ ପଢନ୍ତୁ:
ପାକିସ୍ତାନ ଟି-୨୦ ମ୍ୟାଚ ହାରିଯିବାରୁ ତାତିଲେ ଲୋକେ, କ୍ୟାପଟେନ୍ଙ୍କ ପୋଷ୍ଟରକୁ ମାରିଲେ ଗୋଇଠା
ନିଜର ସାନଦାର ପ୍ରଦର୍ଶନରେ ଟିମ୍ ଇଣ୍ଡିଆରେ ଚୟନ ପାଇଁ ନିଜକୁ ପ୍ରସ୍ତୁତ କରିସାରିଛନ୍ତି ଯଶସ୍ବୀ। ବୁଧବାର ସେ ଅଲୁର ସ୍ଥିତ କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ ଆସୋସିଏସନ୍ ର ମୈଦାନରେ ଇତିହାସ ରଚିଛନ୍ତି। ୧୭ ବର୍ଷର ଯଶସ୍ବୀ ୱାନ ଡେ କ୍ରିକେଟ୍ ରେ ଦ୍ବିଶତକ ମାରିଥିବା ସବୁଠାରୁ କମ୍ ବୟସର ବ୍ୟାଟସମ୍ୟାନ୍ ଭାବେ ନିଜକୁ ପରିଚିତ କରିଛନ୍ତି। ତାଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ପକ୍ଷରୁ ୧୦ଟାରୁ ୫ଟା ମ୍ୟାଚରେ ଖେଳିବାର ମୌକା ମିଳିଥିଲା । ଯେଉଁଥିରେ ସେ ତିନୋଟି ଶତକ ଖେଳିଛନ୍ତି ।
ଅନ୍ୟପଟେ ବିସିସିଆଇ ବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡର ଚୟନକର୍ତ୍ତା ମାନଙ୍କର ବିଜୟ ହଜାରେ ଟ୍ରଫି ମ୍ୟାଚ୍ ଉପରେ ରହିଛି ଖାସ୍ ନଜର। ଏମିତିରେ ଯଶସ୍ବୀଙ୍କ ପ୍ରଦର୍ଶନରେ ସେମାନେ ନିହାତୀ ଭାବେ ଆକର୍ଷିତ ହୋଇଥିବେ । ତେବେ ଯଶସ୍ବୀଙ୍କର ଯଶ ଏବେ ତାଙ୍କ ସ୍ବପ୍ନକୁ ପୁରା କରିବାରେ ନିହାତୀ ଏକ ମାଧ୍ୟମ ହେବ ସେଥିରେ କୌଣସି ସନ୍ଦେହ ନାହିଁ।