ଚାର୍ଜର ସହିତ ଖେଳୁଥିଲା ଶିଶୁ, ଅଚାନକ ଲାଗିଲା ଝଟକା ! ତାପରେ ମା’ ଯେତେ ବୁକୁ ଫଟାଇ କାନ୍ଦିଲେ ବି ଶୁଣିଲା ନାହିଁ ପିଲା

ସବୁବେଳେ ଆମେ ବିଦ୍ୟୁତ ଉପକରଣ କିମ୍ବା ତାରକୁ ଠିକ କରିବାରେ ଅବହେଳା କରନ୍ତି। ଏହି ଛୋଟିଆ ଭୁଲ ପାଇଁ ଅନେକ ବଡ ବଡ ଅଘଟଣ ଘଟିଯାଏ। ବଡ ଲୋକ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ପ୍ରାୟ ଏହି ଦୁର୍ଘଟଣାର ଶିକାର ହୁଅନ୍ତି। କିନ୍ତୁ ଦୁନିଆ ବିଷୟରେ କିଛି ଜାଣିନଥିବା ଛୋଟ ଶିଶୁ ଏହି ଦୁର୍ଘଟଣାର ଅଧିକ ଶିକାର ହୁଅନ୍ତି। ଏମିତି ହିଁ ଏକ ମାମଲା ମାଲେସିୟାରେ ହୋଇଛି। ମାଲେସିୟର ଇନ୍ଦ୍ରାମାୟୁ ରହୁଥିବା ଗୋଟିଏ ପରିବାର ସହିତ ଏମିତି ଏକ ଅଭାବନୀୟ ଘଟଣା ଘଟିଛି।

chargerଜଣେ ମହିଳା ନିଜ କଅଁଳ ଶିଶୁକୁ ବେଡ ଉପରେ ଶୁଆଇ ଘରର କାମ କରୁଥିଲେ। ଏହି ସମୟରେ ବେଡ୍ ପାଖରେ ଥିବା ସ୍ୱିଚବୋର୍ଡରେ ଲାଗିଥିବା ଚାର୍ଜର ସହିତ ଖେଳିବାକୁ ଲାଗିଥିଲା। ଦୁର୍ଭାଗ୍ୟବସତଃ ବୋର୍ଡରେ ଲାଗିଥିବା ତାର କଟାଥିଲା ଏବଂ ସ୍ୱିଚ୍ ଅନଥିଲା। ଏହିସମୟରେ ଶିଶୁଟି ଖେଳୁ ଖେଳୁ ଶିଶୁଟିର ହାତ କଟା ଥିବା ତାର ଉପରେ ପଡିଗଲା। ଯେଉଁ କାରଣରୁ ତାକୁ ବିଜୁଳିର କ୍ଷୀପ୍ର ଝଟକା ଲାଗିଲା ଏବଂ ସେ କାନ୍ଦିବାକୁ ଲାଗିଲା। ପିଲାଟିର କାନ୍ଦିବା ଶବ୍ଦ ଶୁଣି ତାର ମା’ ଆସି ତାକୁ ତୁରନ୍ତ ମେଡିକାଲକୁ ନେଇଗଲେ କିନ୍ତୁ ଡାକ୍ତର ତାକୁ ମୃତ ଘୋଷିତ କରିଥିଲେ।

ଏହାସହ ପଢନ୍ତୁ : ମଧ୍ୟରାତ୍ରିରେ ବୁଲା କୁକୁର ସହିତ ନାଚିଲେ ବ୍ୟକ୍ତି, ସକାଳୁ ଭିଡିଓ ହୋଇଗଲା ଭାଇରାଲ

ଶିଶୁଟିର ମୃତ୍ୟୁ ପରେ ଜନ୍ମ କଲା ମା’ଟି ତାକୁ ଛାତିରେ ଲଗାଇ ଜୋର ଜୋର ସେ କାନ୍ଦିବାକୁ ଲାଗିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ତାର ମା’ ବାରମ୍ବାର ପିଲାଟିକୁ ଫେରି ଆସିବା ପାଇଁ କହୁଥିବା ଜଣାପଡୁଛି। କିନ୍ତୁ ସାମାନ୍ୟ ଅବହେଳା ପାଇଁ ଆଜି ପିଲାଟି ମା’ର ବୁକୁ ଫଟା କାନ୍ଦ ଶୁଣିପାରୁନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.