ଦୁନିଆ ଶେଷ ହୋଇଯିବ ବୋଲି ଭାବି ନଅ ବର୍ଷ ହେବ ଭଣ୍ଡାର ଘରେ ଲୁଚି ରହିଥିଲା ଏହି ପରିବାର, ଏପରି ଜଣାପଡିଲା ସତ

୨୦୧୨ ମସିହାରେ ଏପରି ଏକ ଗୁଜବ ଉଠିଥିଲା କି ସମଗ୍ର ବିଶ୍ୱ ଶେଷ ହୋଇଯିବ। ଅନେକ ଲୋକ ସାରା ସଂସାର ସମାପ୍ତ ହୋଇଯିବ ବୋଲି ମଧ୍ୟ ମାନି ନେଇଥିଲେ। କିପରି ଲୋକମାନେ ଏଥିରୁ ବଞ୍ଚିବା ପାଇଁ ମଧ୍ୟ ଉପାୟ ବାଛିନେଇଥିଲେ। କିନ୍ତୁ ପ୍ରକୃତରେ ୨୦୧୨ରେ ଏପରି କିଛି ଘଟିଲା ନାହିଁ। ଲୋକମାନେ ଏହି ଭବିଷ୍ୟବାଣୀକୁ ଭୁଲ୍‌ ବୋଲି ଭାବିବାକୁ ଲାଗିଲେ। କିନ୍ତୁ ଏପରି କିଛି ଲୋକ ରହିଥିଲେ, ଯାହାଙ୍କ କହିବାନୁସାରେ ଦିନେ ନା ଦିନେ ପୃଥିବୀ ଧ୍ୱଂସ ହେବ ଏବଂ ସେଥିପାଇଁ ସେମାନେ ପ୍ରସ୍ତୁତ ହୋଇ ରହିଥିଲେ। ଅନେକ ଲୋକ ଛୋଟ ମୋଟ ପ୍ରସ୍ତୁତି କରିଥିବା ବେଳେ କିଛି ଲୋକ ତ ପ୍ରସ୍ତୁତ ହେବାରେ ସୀମା ପାର କରିଯାଇଥିଲେ। ଏମିତିରେ ଏପରି ଏକ ପରିବାର ପୃଥିବୀର ଧ୍ୱଂସଲୀଳାକୁ ଡରି ନିଜକୁ ୯ ବର୍ଷ ପର୍ଯ୍ୟନ୍ତ ଏକ ବନ୍ଦ ଭଣ୍ଡାର ଘର ମଧ୍ୟରେ ଲୁଚି ରହିଥିଲା।

11

ଏପରି ଏକ ଘଟଣା ଘଟିଥିଲା ନେଦରଲ୍ୟାଣ୍ଡର ରାଜଧାନୀ ଏମ୍ସଟର୍ଡମ ଠାରୁ ୧୪୦ କିଲୋମିଟର ଦୂର ରୁଇନଖଲ୍ଡ ଗାଁ ସ୍ଥିତି ଫାର୍ମହାଉସ୍‌ରେ । ଏହି ଫାର୍ମହାଉସରେ ଏକ ଡଚ ପରିବାର ୯ ବର୍ଷ ପର୍ଯ୍ୟନ୍ତ ଭଣ୍ଡାର ଘରେ ବନ୍ଦ ରହିଥିଲା। ଏହି ନଅ ବର୍ଷ ମଧ୍ୟରେ ସେମାନେ କେବେ ବି ବାହାରକୁ ଆସିନଥିଲେ। ଏହି ପରିବାରେ ୫୮ ବର୍ଷୀୟ ଜଣେ ବୃଦ୍ଧଙ୍କ ସହିତ ୧୬ ରୁ ୨୫ ବର୍ଷୀୟ ଛଅ ଜଣ ଯୁବକ ସାମିଲ ରହିଥିଲେ। ଏଥିମଧ୍ୟରୁ ୨୫ ବର୍ଷୀୟ ଜଣେ ଯୁବକ ଏହି ଫାର୍ମହାଉସ୍‌ରେ ଖସି ପଳାଇ ପାଖରେ ଥିବା ଏକ ବିଅର ବାରରେ ପହଞ୍ଚି ତାର ମାଲିକ କ୍ରିସ୍‌ ବେଷ୍ଟବିକକୁ ସାହାଯ୍ୟ ମାଗିଥିଲେ। ଯାହା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା ଏବଂ ସେ ପୋଲିସକୁ ସୂଚନା ଦେଇଥିଲେ।

11

ଖସି ପଳାଇଆସିଥିବ ଯୁବକ ଜଣକ ବିଅର ବାରକୁ ଆସି ସଙ୍ଗେ ସଙ୍ଗେ ୫ଟି ବିଅର ପିଇଥିଲେ। ପୋଲିସ ଖବର ପାଇବା ପରେ ସେଠାକୁ ଯାଇ ୫୮ ବର୍ଷୀୟ ଜେନ ଜନ ଓ୍ଵନ ଡୋର୍ସଟନ ନାମକ ବୃଦ୍ଧ ଖଟରେ ଶୋଇଥିବା ଦେଖିଥିଲା। ପୋଲିସ ପରେ ଡୋସର୍ଟନକୁ ଗିରଫ କରି ତଦନ୍ତ ଚଳାଇଛି। ତଦନ୍ତରୁ ଜଣାପଡିଥିଲା ଯେ, ସେହି ପରିବାର ଫାର୍ମହାଉସରେ ପନିପରିବା ଚାଷ ଏବଂ ପଶୁ ପାଳନ କରି ଜୀବନ ଅତିବାହିତ କରୁଥିଲେ। ଉକ୍ତ ବୃଦ୍ଧ ଏବଂ ପିଲାମାନଙ୍କ ମଧ୍ୟରେ କ’ଣ ସମ୍ପର୍କ ତାହା ଜଣାପଡିନାହିଁ।