ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, କରାଯାଇଛି ମହାପ୍ରଭୂଙ୍କ ସମସ୍ତ ନୀତି ନିର୍ଘଣ୍ଟ

ପୁରୀ (କେନ୍ୟୁଜ୍) : ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୂଙ୍କ ସମସ୍ତ ନୀତି ନିର୍ଘଣ୍ଟ କରାଯାଇଛି। ଭୋର ୪ଟା ୩୦ରୁ ୬ଟା ୩୦ ମଧ୍ୟରେ ମହାପ୍ରଭୂଙ୍କ ପହଣ୍ଡି କରାଯିବ। ୭ଟାରେ ମଙ୍ଗଳ ଆଳତୀ ହେବ। ସକାଳ ୯ଟାରେ ଅବକାଶ ନୀତି, ୧୦ଟାରେ ସୂର‌୍ୟ୍ୟପୂଜା, ୧୧ଟରୁ ୨ଟା ମଧ୍ୟରେ ଜଳବିଜେ ଓ ସ୍ନାନ ନୀତି କରାଯିବ। ଏହାପରେ ଅପରାହ୍ନ ୩ଟା ୩୦ରେ ଆରମ୍ଭ ହେବ ଛେରା ପହଁରା। ୪ଟାରୁ ୫ଟା ମଧ୍ୟରେ ମହାପ୍ରଭୂଙ୍କ ହାତୀ ବେଶ କରାଯିବ। ଭକ୍ତମାନେ ସନ୍ଧ୍ୟା ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ସାହାଣମେଳା ଦର୍ସନ କରିବେ। ୧୦ଟା ୩୦ରେ ବାହୁଡା ପହଣ୍ଡି ହେବ।

You might also like