ଅଗ୍ନିକାଣ୍ଡରେ ଜଳିଗଲା ଛଅ ବଖରା ଘର, ପିନ୍ଧିଥିବା ପୋଷାକ ଛଡା ଆଉ କିଛି ନାହିଁ

ମୁଣ୍ଡରେ ହାତ ଦେଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ମହିଳା । କଣ କରିବେ, କେମିତି ଚଳିବେ କିଛି ବି ବୁଝିପାରୁନାହାନ୍ତି । ଖାଲି ଜୀବନଟା ଯାହା ବଞ୍ଚିଯାଇଛି ସିନା ହେଲେ ଆଉ ବାକି ସର୍ବସ୍ୱ ଚାଲିଯାଇଛି ।

ଚାନ୍ଦବାଲି(କେନ୍ୟୁଜ): ମୁଣ୍ଡରେ ହାତ ଦେଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ମହିଳା । କଣ କରିବେ, କେମିତି ଚଳିବେ କିଛି ବି ବୁଝିପାରୁନାହାନ୍ତି । ଖାଲି ଜୀବନଟା ଯାହା ବଞ୍ଚିଯାଇଛି ସିନା ହେଲେ ଆଉ ବାକି ସର୍ବସ୍ୱ ଚାଲିଯାଇଛି ।

ଆଜ୍ଞା ଏବେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ସମଗ୍ର ରାଜ୍ୟବାସୀ ଅତିଷ୍ଠ । ଏହାରି ଭିତରେ ଯଦି ମୁଣ୍ଡ ଗୁଞ୍ଜିବାକୁ ଘରେ ଖଣ୍ଡିଏ ବି ନଥିବ, ତେବେ ପିଲା ଛୁଆ ସଂସାରରେ ଚଳିବା ଯେ କେତେ କଷ୍ଟ ତାହା ନିହାତୀ ସଭଏଁ ଅନୁଭବ କରିବେ।

ଚାରିଆଡେ ଖାଲି ଜଳା ପୋଡା ସାମଗ୍ରୀ ଛିନଛିତ୍ର ହୋଇ ପଡିଛି । ଭାଙ୍ଗିପଡିଛନ୍ତି ଏହି ପରିବାର ଲୋକେ । କାହିଁକି ନା ନିଆଁର ଉଗ୍ର ରୂପରେ ସବୁକିଛି ହରାଇବସିଛନ୍ତି ଏହି ପରିବାର ଲୋକେ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଂଟେଶ୍ଵର ତୋଟାପଡା ପଂଚାୟତର କୁଳିଆଡିଆ ସାହୁ ସାହିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଚାରି ପରିବାରର ଛଅ ବଖରା ଘର ସମ୍ପୂର୍ଣ୍ଣ ପୋଡିଯିବା ସହ ଲକ୍ଷାଧିକ ଟଙ୍କାର ଘର କରଣା ସାମଗ୍ରୀ ଜଳି ପୋଡି ନଷ୍ଟ ହୋଇଯାଇଛି । ଗତକାଲି ବିଳମ୍ୱିତ ରାତିରେ କୈାଣସି କାରଣରୁ ନିଆଁ ଲାଗିଯାଇଥିଲା । ହଠାତ୍ ନିଆଁ ଲାଗିଯିବାରୁ ଘରେ ଥିବା ଲୋକମାନେ ବାହାରକୁ ପଳାଇଆସିଥିଲେ ।

ନିଆଁର କୋପ ଏତେ ଜୋରରେ ଥିଲା ଯେ , ଲୋକମାନେ ନିଆଁକୁ ଆୟତ କରିପାରିନଥିଲେ । ଏହାପରେ ତୁରନ୍ତ ଗଦି ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ହେଲେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିଲାବେଳକୁ ପ୍ରାୟ ଛଅ ବଖରା ଘର ପୋଡି ଯିବା ସହ ଘର ଭିତରେ ଥିବା ଚାଉଳ , ପିଲାଙ୍କ ପାଠପଢା ବହି , ଟିଭି , ସମେତ ଘରରର ସମସ୍ତ ଆସବାପତ୍ର ପୋଡି ନଷ୍ଟ ପାଉଁଶ ହୋଇସାରିଥିଲା ।

ଭୟାବହ ଅଗ୍ନିକାଣ୍ଡ । ଜଳିପୋଡି ଛାରଖାର ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ତେବେ ନିଆଁ ଲାଗିବାର ସଠିକ୍ କାରଣ ଜଣାପଡିନଥିବାବେଳେ, ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ପରିବାର ଲୋକେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.