Below header

ଶିମିଳିପାଳ ଅଭୟାରଣ୍ୟ ଫରେଷ୍ଟରଙ୍କୁ ଗୁଳି କରି ହତ୍ୟା ଘଟଣା: ୧୦ ଶିକାରୀ ଗିରଫ

ଗାମୁଛାଝରଣ ବିଟ୍‌ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀମାନେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଗୁରୁତର ଅବସ୍ଥାରେ ଫରେଷ୍ଟରଙ୍କୁ କରଞ୍ଜିଆ ଚିକିତ୍ସାଳୟ ନିଆ ଯାଇଥିଲା । ଚିକିତ୍ସାଳୟରେ ମୃତ ଘୋଷଣା କରିଥିଲେ ଡାକ୍ତର ।

ମୟୁରଭଞ୍ଜ(କେନ୍ୟୁଜ୍): ଶିମିଳିପାଳ ଅଭୟାରଣ୍ୟରେ କାର୍ଯ୍ୟରତ ଫରେଷ୍ଟରଙ୍କୁ ଗୁଳି କରି ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୧୦ ଜଣ ଶିକାରୀ ଗିରଫ । ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ୨ଟି ଧନୁ ଓ ୩ଟି ତୀର, ୨ଟି କୁରାଢ଼ି, ଲୁହା ରଡ଼ ଓ ବାରୁଦ ଆଦି ଜବତ କରାଯାଇଛି । ଗତ ୧୬ ତାରିଖରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ବନପାଳ ତଥା ଉପର ବରାହାକାମୁଡ଼ାର ଭାରପ୍ରାପ୍ତ ରେଞ୍ଜର ମାଥି ହାଁସଦାଙ୍କ ଗୁଳିମାଡ଼ରେ ମୃତ୍ୟୁ ଘଟିଥିଲା ।

ଗାମୁଛାଝରଣ ବିଟ୍‌ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀମାନେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଗୁରୁତର ଅବସ୍ଥାରେ ଫରେଷ୍ଟରଙ୍କୁ କରଞ୍ଜିଆ ଚିକିତ୍ସାଳୟ ନିଆ ଯାଇଥିଲା । ଚିକିତ୍ସାଳୟରେ ମୃତ ଘୋଷଣା କରିଥିଲେ ଡାକ୍ତର । ଏନେଇ ଠାକୁରମୁଣ୍ଡା ଥାନାରେ ମାମଲା ରୁଜୁ କରିବା ସହ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ଏହି ମାମଲାରେ ୧୦ଜଣକୁ ଗିରଫ କରିଯାଇଛି । ଆଇପିସିର ଧାରା ୩୦୨, ୩୩୨, ୩୫୩, ୧୨୦B, ବନ୍ୟପ୍ରାଣୀ ସୁରକ୍ଷା ଆଇନ, ଆର୍ମସ ଆକ୍ଟରେ ମାମଲା ରୁଜୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.