Below header

ପାକିସ୍ତାନ ISI ଏଜେଣ୍ଟ ହାତରେ ଓଡ଼ିଶା ସିମ୍‌ କାର୍ଡ ଘଟଣା: ପଶ୍ଚିମବଙ୍ଗ ଯିବ ଓଡ଼ିଶା STF

ଅଫିସିଆଲ ସିକ୍ରେଟ୍‌ ଆକ୍ଟ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଅଭିଯୁକ୍ତ ଗୁଡୁ କୁମାରକୁ ଗିରଫ କରିଥିଲା ପଶ୍ଚିମବଙ୍ଗ STF । ତା ନାଁରେ ନ୍ୟୁ ଜଲପାଇଗୁଡ଼ି ଥାନାରେ ମାମଲା ହୋଇଛି । ତଦନ୍ତ ବେଳେ ପଠାଣି ସାମନ୍ତ ଓ ଗୁଡୁ କୁମାରର ଲିଙ୍କ ଥିବା ଜାଣିବାକୁ ପାଇଛି ଓଡ଼ିଶା STF ।

କେନ୍ୟୁଜ୍(ବ୍ୟୁରୋ):  ପାକିସ୍ତାନ ISI ଏଜେଣ୍ଟ ହାତରେ ଓଡ଼ିଶା ସିମ୍‌ କାର୍ଡ ଘଟଣାରେ ତଦନ୍ତ ପାଇଁ ପଶ୍ଚିମବଙ୍ଗ ଯିବ STF । ପୂର୍ବରୁ ପଶ୍ଚିମବଙ୍ଗ STF ଗିରଫ କରିଥିବା ଅଭିଯୁକ୍ତ ଗୁଡୁ କୁମାରକୁ ଜେରା କରାଯିବ । ଅଫିସିଆଲ ସିକ୍ରେଟ୍‌ ଆକ୍ଟ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଅଭିଯୁକ୍ତ ଗୁଡୁ କୁମାରକୁ ଗିରଫ କରିଥିଲା ପଶ୍ଚିମବଙ୍ଗ STF । ତା ନାଁରେ ନ୍ୟୁ ଜଲପାଇଗୁଡ଼ି ଥାନାରେ ମାମଲା ହୋଇଛି । ତଦନ୍ତ ବେଳେ ପଠାଣି ସାମନ୍ତ ଓ ଗୁଡୁ କୁମାରର ଲିଙ୍କ ଥିବା ଜାଣିବାକୁ ପାଇଛି ଓଡ଼ିଶା STF ।

ସେପଟେ ଓଟିପି ସେୟାରିଂ ମାମଲାର ଜେଲରେ ଥିବା ମାଷ୍ଟରମାଇଣ୍ଡ ପଠାଣି ସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF । ଏଥିପାଇଁ ଖୁବ ଶୀଘ୍ର କୋର୍ଟରେ ଆବେଦନ କରିବ ପଶ୍ଚିମବଙ୍ଗ STF ଟିମ୍‌ । ସେପଟେ ଅଭିଯୁକ୍ତ ପ୍ରୀତମର ଦୁଇ ଦିନିଆ ରିମାଣ୍ଡ ସରିଛି । ରିମାଣ୍ଡ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏସଟିଏଫକୁ ମିଳିଛି । କ୍ରିପ୍ଟୋ କରେନ୍‌ସୀରେ ପାଖାପାଖି ୧ କୋଟି ଟଙ୍କା ଟ୍ରାଞ୍ଜାକ୍ସସନ ହୋଇଥିବା ଜାଣିବାକୁ ପାଇଛି ଏସଟିଏଫ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.