ବାହାଘର ପ୍ରସେସନ ସାରି ଫେରୁଥିବା ସମୟରେ ଅଘଟଣ, ବ୍ୟାଣ୍ଡ ପାର୍ଟି ପିକଅପ୍ ଭ୍ୟାନ ଓଲଟି ୧୦ ଆହତ

ଯାଜପୁର(କେନ୍ୟୁଜ୍): ବ୍ୟାଣ୍ଡ ପାର୍ଟି ପିକ ଅପ ଭ୍ୟାନ ଓଲଟି ୧୦ଜଣ ଆହତ। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଡୁବୁରୀ ୫୩ନଂ ଜାତୀୟ ରାଜପଥର କୁସୁନପୁର ଠାରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ବାହାଘର ପ୍ରସେସନ ସାରି ଫେରୁଥିବା ସମୟରେ ଭ୍ୟାନ ଚଳାଉଥିବା ଡ୍ରାଇଭରର ଆଖି ଲାଗି ଯିବାରୁ କୁସୁନପୁର ନିକଟରେ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା।

ଗାଡ଼ିରେ ଥିବା ପାଖାପାଖି ୨୦ଜଣଙ୍କ ମଧ୍ୟରୁ ୧୦ଜଣ ଆହତ ହୋଇଥିଲେ। ସେମାନଙ୍କୁ ନିକଟସ୍ଥ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଆହତଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ମେଡ଼ିକାଲ ସ୍ଥାନନ୍ତର କରଯାଇଛି। ଅନ୍ୟ ୪ଜଣ ଆହତଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଆହତ ମାନେ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ବୋଲି ସୂଚନା ମିଳିଛି। ଖବର ପାଇ ଜେନାପୁର ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.