Below header

ନୂଆ ୧୦ କରୋନା ଆକ୍ରାନ୍ତ ଚିହ୍ନଟ, ଯାଜପୁରରୁ ୪ ଓ ଭଦ୍ରକରୁ ୬

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୪ ଭଦ୍ରକରୁ ୬ ଜଣ ନୂଆ କରୋନା ଆକ୍ରାନ୍ତ ବାହାରିଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୨ କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତଙ୍କ ବିଷୟରେ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ପରିବାର କଲ୍ୟାଣ ବିଭାଗ । ଯାଜପୁରରେ ୫୯ ଓ ଭଦ୍ରକରେ ୩୧ରେ ପହଂଚିଛି ଯେବେକି ରାଜ୍ୟରେ ଆକ୍ଟିଭ ସଂଖ୍ୟା ୨୯୧ ରହିଛି । ଅନ୍ୟ ପକ୍ଷରେ ଆଜି ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ହୋଇଛି ।

ଆଜି ସକାଳେ ରାଜ୍ୟରେ ୫୮ ଟି ନୂଆ ପଜିଟିଭ କେଶ ଚିହ୍ନଟ ହୋଇଥିଲା । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ କଣ୍ଟେନମେଣ୍ଟ ଅବଧିକୁ ବଢ଼ାଇ ଦିଆଯାଇଛି । କଟିକଟା, ମହାନ୍ତି ପାଟଣା,ବିରଜାପୁର,ଅକରପଡା ଏବଂ ଦେଓପଡା ଜୋନରେ ଆସନ୍ତା ୨୪ ତାରିଖ ରାତି ୮ ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ପୂର୍ବରୁ ଭଦ୍ରକ, ଯାଜପୁର, ବାଲେଶ୍ୱର ଜିଲ୍ଲା ରେଡ଼ ଜୋନରେ ଥିବା ବେଳେ ପରେ ସେହି ଲିଷ୍ଟରେ ଗଞ୍ଜମ ଓ ଅନୁଗୁଳକୁ ସାମିଲ କରାଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.