Below header

ମାତୃତ୍ୱ ଦିବସରେ ଖାସ୍‌ ଗୀତ ଗାଇଲେ ଆୟୁଷ୍ମାନ, ସୋସିଆଲ ମିଡିଆରେ କଲେ ରିଲିଜ

ଆଜି ବିଶ୍ୱ ମାତୃତ୍ୱ ଦିବସ। ମା’ ମାନଙ୍କ ପାଇଁ ସ୍ୱତନ୍ତ୍ର ଦିନଟିଏ। ଏହି ପରିପ୍ରେକ୍ଷୀରେ ବଲିଉଡ ସେଲିବ୍ରିଟ ମଧ୍ୟ ନିଜ ମା’ ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଏହି ଦିବସକୁ ପାଳନ କରୁଛନ୍ତି। ଅନେକ ସେଲିବ୍ରିଟି ନିଜ ମା’ଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ବେଳେ ଆୟୁଷ୍ମାନ ଖୁରାନା ଏକ ଗୀତ ରିଲିଜ କରିଛନ୍ତି।

ଆୟୁଷ୍ମାନ ଏହି ଗୀତକୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରିଲିଜ କରିଛନ୍ତି। ମା’ ପାଇଁ ଉତ୍ସର୍ଗ ହୋଇଥିବା ଏହି ଗୀତ ନାମ ‘ମା’ ରହିଛି। ଏହି ଗୀତ ସହିତ ଆୟୁଷ୍ମାନ ଖୁରାନା ଏକ ଖାସ ପୋଷ୍ଟ ମଧ୍ୟ ଲେଖିଛନ୍ତି। ସେ କହିଛନ୍ତି, ‘ ମା’ ସବୁବେଳେ ଲଗାତାର ଏବଂ ନିସ୍ୱାର୍ଥ ରୂପେ ଆମ ଜୀବନକୁ ସମ୍ଭାଳିଥାନ୍ତି। ଏହି ଗୀତ ଜରିଆରେ ନିଜର ମନକଥାକୁ ଜଣାଇଛନ୍ତି ଆୟୁଷ୍ମାନ।

ଏହି ଗୀତକୁ ଆୟୁଷ୍ମାନ ଗାଇଥିବା ବେଳେ ସଂଗୀତକାର ରୋଚକ କୋହଲି କମ୍ପୋଜ କରିଥିବା ବେଳେ ଗୁରପ୍ରୀତ ସିଂ ଲେଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.