ଗଞ୍ଜାମ ଜିଲ୍ଲା କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳଙ୍କ ସହ କଲେ ଆଲୋଚନା

ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଭିଡିଓ କନଫରେନ୍ସିଂରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମାନ୍ୟବର ବାଚସ୍ପତି । ଜିଲ୍ଲାରେ ହୁ ହୁ ହୋଇ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଉ ଗୋଟିଏ କୋଭିଡ୍‌ ହସ୍ପିଟାଲ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସୂଚନା ଦେବା ଯୋଗ୍ୟ କି, ଗଞ୍ଜାମ ଜିଲ୍ଲାରେ ଦୁଇ ଶହ ବେଡ୍‌ ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ରହିଛି । କହି ରଖିବା ଉଚିତ ହେବକି କରୋନା ସଂକ୍ରମିତଙ୍କ ତାଲିକାରେ ଏବେ ଗଞ୍ଜମ ଜିଲ୍ଲା ନମ୍ବର ୧ ରେ ରହିଛି ।

ମାତ୍ର ୮ ଦିନ ଭିତରେ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଜିଲ୍ଲାରୁ ଜଣଙ୍କର ମୃତ୍ୟୁ ହୋଇଛି | ଗଂଜାମ ଜିଲ୍ଲା କୁ ବର୍ତ୍ତମାନ ସମୟରେ ରେଡ ଜୋନ ତାଲିକାରେ ରଖାଯାଇଛି । ଆଗକୁ ସଂକ୍ରମିତଙ୍କ ସଂଖ୍ୟା ଅଧିକ ବଢ଼ିବା ସମ୍ଭାବନା ଥିବାରୁ ଆଉ ଏକ କୋଭିଡ୍‌ ହସ୍ପିଟାଲ କରିବାକୁ ପ୍ରସ୍ତାବ ଦିଆଯାଇଛି । ସେହିପରି ଗାଁ ଭିତରେ ଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରଗୁଡ଼ିକୁ ସ୍ଥାନାନ୍ତର କରି ବନ୍ଦ ରହିଥିବା ଘରୋଇ ଶିକ୍ଷାନୁଷ୍ଠାନରେ ଖୋଲିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଜିଲ୍ଲାରେ କୋଭିଡ୍‌ ନିୟନ୍ତ୍ରଣରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାଚସ୍ପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.