ଘରକୁ ଖୁସି ଆଣିଥାଏ ଏହିସବୁ ସ୍ୱପ୍ନ, ଆପଣ ଏମିତି ଦେଖୁଛନ୍ତି କି !

କର୍ମମୟ ଜୀବନରୁ ଏବେ ପୁରା ଫୁରସତ ମିଳିଛି। ସମସ୍ତେ ପ୍ରାୟ ଅଧିକା ସମୟ ଶୋଉଛନ୍ତି। ଶୋଇଲା ବେଳେ ସ୍ୱପ୍ନ ଆସିବା ସ୍ୱାଭାବିକ । କଣ ଆପଣ ଜାଣିଛନ୍ତି ଆପଣଙ୍କ ସ୍ୱପ୍ନରୁ ଜଣା ପଡିବ ଆପଣଙ୍କ ଘରେ କେତେ ଖୁସି ଖବର ଆସିବ। ସ୍ବପ୍ନର ସମ୍ବନ୍ଧ ଆପଣଙ୍କ ମନ ସ୍ଵଭାବ ଓ ଆର୍ଥିକ ଅବସ୍ଥାକୁ ନେଇ ଆସେ। କିଛି ସ୍ୱପ୍ନ ଏମିତି ଅଛି ଯାହାକୁ ଦେଖିବାର ଅର୍ଥ ଘରକୁ ଆସିବ ବଡ଼ ବଡ଼ ଖୁସି ।

1. ସ୍ୱପ୍ନ ରେ ସାପ ଦେଖିବା

-ସାପ ଦେଖିବା ର ଅର୍ଥ ଆପଣଙ୍କ ଘରକୁ ନୂଆଁ ଅତିଥି ଆସିବେ। ମାନେ ଆପଣଙ୍କ ଘରେ ସନ୍ତାନ ଜନ୍ମ ନେଇପାରେ। ଏହି ସ୍ୱପ୍ନ ଧନଲାଭ ର ବି ସଂକେତ ଦିଏ ।

money2. ଡାଳିମ୍ବ ଫଳ ଦେଖିବା

-ଡାଲିମ୍ବ ଦେଖିଲେ ଆପଣଂକୁ ଅଚାନକ ଧନ ପ୍ରାପ୍ତି ହେବ । ଆଶା କରିନଥିବେ ଧନ ଆସିବ ।

3. ଫଳନ୍ତି ଆମ୍ବଗଛ

-ଯଦି ଆପଣ ଆମ୍ବ ଗଛରେ ଆମ୍ବ ଫଳିଥିବା ଦେଖୁଛନ୍ତି ତେବେ ଆପଣଙ୍କୁ ବହୁତ ବଡ଼ ଖୁସି ଖବର ମିଳିବ । ବର୍ଷ ବର୍ଷ ଧରି ଅଟକିଥିବା ମକଦମା ଆପଣଂକ ସପକ୍ଷରେ ଯିବ । ବିବାହ ପାଇଁ କେହି ମନା କରୁଥିଲେ ତାହା ହଁ ରେ ପରିଣତ ହେବ । ପରୀକ୍ଷାର୍ଥୀ ଏଭଳି ସ୍ୱପ୍ନ ଦେଖିଲେ ରେଜଲ୍ଟ ରେ ସଫଳତା ମିଳିଥାଏ।

4. ତେନ୍ତୁଳି ଖାଉଥିବା ଦେଖିଲେ

-ସ୍ୱପ୍ନରେ ତେନ୍ତୁଳି ଖାଉଥିଲେ ଆପଣଙ୍କ ଘରେ ସନ୍ତାନ ସୁଖ ଆସିଯାଏ ।

5. ଛୋଟ ପିଲାଙ୍କୁ ଖେଳୁଥିବା ଦେଖିଲେ

-ଏଭଳି ସ୍ୱପ୍ନ ଦେଖିଲେ ଆପଣଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ଆସିଯିବ ।

baby..76. ସେଓ ଖାଉଥିବା ଦେଖିଲେ

-ମହିଳା ମାନେ ସେଓ ଖାଉଥିବା ଦେଖିଲେ ଖୁସି ଖବର ଆସିଥାଏ। ସେ ଗର୍ଭବତୀ ଥାଇପାରନ୍ତି ।

7. ଦର୍ପଣ ଦେଖିଲେ

-ସ୍ୱପ୍ନରେ ଦର୍ପଣ ଦେଖିବାର ଅର୍ଥ ଆପଣ ପୁରୁଷ ହୋଇଥିଲେ ପୁଅ ହେବ ଗର୍ଭବତୀ ମହିଳା ଦର୍ପଣ ସ୍ୱପ୍ନ ଦେଖିଲେ ଝିଅ ହେବ ।

8. ଲାଲ ରଙ୍ଗର ଫୁଲ

-ଲାଲ ରଙ୍ଗର ଫୁଲ ଦେଖିବା ର ଅର୍ଥ ଆପଣଙ୍କ ଆଖ ପାଖରେ ଦୈବୀ ଶକ୍ତି ଙ୍କ ଚଳ ପ୍ରଚଳ ହେଉଛି।

dreaming birds9. ଫସଲ କ୍ଷେତ

-ସ୍ୱପ୍ନ ରେ ଫସଲ କ୍ଷେତ ଦେଖିଲେ ଜୀବନ ରେ ଶାନ୍ତି ଆସିବ । ଧନ ଓ ସୁଖ ସମୟ ଆସିଯିବ ।

10. ନଖ ବଢୁଥିବା ଦେଖିଲେ

-ଆପଣଙ୍କ ଶତ୍ରୁ ମିତ୍ର ବନିଯିବେ । ଧନ ଲାଭ ହେବ।

ଏସବୁର ସୂଚନା ସ୍ୱପ୍ନ ଶାସ୍ତ୍ରରେ ରହିଛି । ଯଦି ଆପଣ ଏଭଳି ସ୍ୱପ୍ନ ଦେଖିଛନ୍ତି ତେବେ ଖୁସି ଆପଣଙ୍କୁ ଛୁଇଁବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.