କରୋନା ଟୀକା ପ୍ରସ୍ତୁତ କରିବା ପାଇଁ ଅଣ୍ଟା ଭିଡ଼ିଲା ଭାରତ, ପଶୁଙ୍କ ଉପରେ ହେବ ପ୍ରଥମ ଟ୍ରାଏଲ

ଦୁନିଆରେ ଯେଉଁ ପରିମାଣରେ କରୋନା ବଢ଼ିଚାଲିଛି ତାହାକୁ ଦୃଷ୍ଟିରେ ରଖି ଏହାର ଟୀକା ପ୍ରସ୍ତୁତ କରିବାକୁ ସବୁ ଦେଶ ଆଗେଇ ଆସିଛନ୍ତି। କିନ୍ତୁ କୌଣସି ବି ଦେଶ ଏବେ ଯାଏଁ ସଫଳ ହୋଇପାରିନାହାନ୍ତି। ଏହି ତାଲିକାରେ ଏବେ ଭାରତର ନାଁ ଯୋଡ଼ାଯାଇଛି। ଦେଶରେ ଲଗାତାର ବଢ଼ୁଥିବା କରୋନା ମାମଲାକୁ ଦେଖି ଭାରତର ବୈଜ୍ଞାନିକମାନେ ମଧ୍ୟ କରୋନା ଟୀକା ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି।

ICMR teams up with Bharat Biotech to develop COVID-19 vaccine ...

ଇଣ୍ଡିଆନ୍‌ କାଉନ୍‌ସେଲିଂ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର) ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାସନାଲ ସହ ମିଶି ଦେଶରେ ହିଁ କେଭିଡ୍‌-୧୯ ପାଇଁ ଟୀକା ପ୍ରସ୍ତୁତ କରିବା କାମ ଆରମ୍ଭ କରିଦେଇଛି। କରୋନା ଭ୍ୟାକସିନ୍‌ ତିଆରି କରିବା ପାଇଁ ପୁନେର ଏକ ଲ୍ୟାବ୍‌ରୁ ଭାଇରସ୍‌ ଷ୍ଟ୍ରେନ୍‌କୁ ଭାରତ ବାୟୋଟେକ୍‌କୁ ପଠାଇ ଦିଆଯାଇଛି।

MDA to halt coronavirus testing on May 1, HMOs to take over - The ...

ସୂଚନା ମୁତାବକ, ଯଦି ଭ୍ୟାକ୍‌ସିନ୍‌ ପ୍ରସ୍ତୁତ ହୋଇଯାଏ ତେବେ ସର୍ବପ୍ରଥମେ ପଶୁଙ୍କ ଉପରେ ଏହାର ଟ୍ରାଏଲ କରାଯିବ। ଜୀବଜନ୍ତୁଙ୍କ ଉପରେ ପରୀକ୍ଷଣ ସଫଳ ହେଲେ ଏହା ମନୁଷ୍ୟଙ୍କ ଉପରେ ପ୍ରୟୋଗ କରାଯିବ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.