Below header

ଅନୁଗୁଳ: ଛାତ୍ରୀ ନିବାସରୁ ୧୦ ଜଣ ଛାତ୍ରୀ ପଜିଟିଭ୍‌ ଚିହ୍ନଟ, କ୍ୱାରେଣ୍ଟାଇନ୍‌ରେ ସମସ୍ତ ସଂକ୍ରମିତ

ଅନୁଗୁଳ(କେନ୍ଯୁଜ୍): ଛାତ୍ରୀ ନିବାସରୁ ୧୦ ଜଣ ଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପଞ୍ଚାୟତ ହାଇସ୍କୁଲ ବାଲିପଟ୍ଟା ସ୍ଥିତ ଛାତ୍ରୀ ନିବାସରୁ ୧୦ ଜଣ ଛାତ୍ରୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ବିଦ୍ୟାଳୟ ଓ ଛାତ୍ରାବାସରେ କରୋନା ଟେଷ୍ଟିଂ କରାଯାଇଥିଲା ।

ବାଲିପଟ୍ଟା ସ୍ଥିତ ଛାତ୍ରୀ ନିବାସରେ ୬୩ ଜଣଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ସମସ୍ତ ଆବାସିକ ବିଦ୍ୟାଳୟରେ ୧୦ଦିନରେ ଥରେ ଏବଂ ଅଣଆବାସିକ ବିଦ୍ୟାଳୟରେ ମାସକୁ ଥରେ କରୋନା ଟେଷ୍ଟ କରିବାକୁ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶନାମା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.