Below header

ଘରୋଇ କଳହକୁ ନେଇ ହତ୍ୟାକାଣ୍ଡ: ମଦୁଆ ସ୍ୱାମୀର ଟାଙ୍ଗିଆ ଚୋଟରେ ଗଲା ସ୍ତ୍ରୀର ଜୀବନ

ସୁନ୍ଦରଗଡ଼(କେନ୍ଯୁଜ୍): ମଦୁଆ ସ୍ୱାମୀର ଉନ୍ମତ୍ତ କାଣ୍ଡ। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। ଘରୋଇ କଳହକୁ ନେଇ ସୁନ୍ଦରଗଡ଼ ସଦର ଥାନା ନବରଙ୍ଗପୁର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ଗତକାଲି ଅଭିଯୁକ୍ତ ରାଜୁ ଏକ୍କା ଓ ତାଙ୍କ ସ୍ତ୍ରୀ ନିଅତିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏହାକୁ ନେଇ ଉଭୟ ଥାନାକୁ ଆସିଥିଲେ। ସେଠାରୁ ବୁଝାସୁଝା ପରେ ଉଭୟ ଘରକୁ ଆସିଥିଲେ।

ତେବେ ରାତିରେ ପୁଣି ଥରେ ଝଗଡ଼ା ହେବାରୁ ସ୍ୱାମୀ ରାଜୁ ଏକ୍କା ଉତ୍ୟକ୍ତ ହୋଇ ସ୍ତ୍ରୀ ନିଅତିକୁ ହାଣି ଦେଇଥିଲା। ଏ ସମ୍ପର୍କରେ ପୁଅ ପଡୋଶୀଙ୍କୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜୁକୁ ଗିରଫ କରିବା ସହ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.