ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବ ଉପରେ ମୋହର, ଏସସିବିକୁ ବିଶ୍ୱସ୍ତରୀୟ କରିବା ଲାଗି ପଥ ପରିଷ୍କାର

ଭୁବନେଶ୍ବର(କେନ୍ଯୁଜ୍): ୧୦ ପ୍ରସ୍ତାବକୁ କ୍ୟାବିନେଟ ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ପ୍ଲାଟଫର୍ମରେ ହୋଇଥିବା ଏହି ବୈଠକରେ ପାଖାପାଖି ୧୦ଟି ପ୍ରସ୍ତାବ ପାରିତ ହୋଇଛି । ଏସ୍‌ସିବିକୁ ବିଶ୍ୱସ୍ତରୀୟ ଲାଗି ପଥ ପରିଷ୍କାର । ମଙ୍ଗଳବାର ସନ୍ଧ୍ୟା ସାଢେ ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କ୍ୟାବିନେଟ୍‌ ବୈଠକରେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଡାକ୍ତରଖାନା ମହାବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବା ପାଇଁ ଯେଉଁ ଆଭିମୁଖ୍ୟ ସରକାର ରଖିଥିଲେ ତାହାକୁ କାର୍ଯ୍ୟାନ୍ଵୟନ ପାଇଁ ଏକ ପ୍ରସ୍ତାବରେ ମୋହର ବାଜିଛି।

ପଞ୍ଚାୟତ ପୋଖରୀଗୁଡ଼ିକର ପରିଚାଳନା ଭାର ସଂୟଂ ସହାୟକ ଗୋଷ୍ଠୀକୁ ଦିଆଯିବା ନେଇ ଏକ ପ୍ରସ୍ତାବ ପାରିତ ହୋଇଛି। ମାଛ ଚାଷ ପାଇଁ ପୋଖରୀର ନିଲାମ ପ୍ରକ୍ରିୟା ଏସ୍‌ଏଚଜି ଦ୍ୱାରା ହିଁ କରାଯିବ। ଆଗକୁ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ବେଶ୍‌ ଗୁରୁତ୍ୱ ବହନ କରଛି। ଏହା ସହ ଏସସିବି ମେଡ଼ିକାଲ କଲେଜର ନବୀକରଣ ପ୍ରକଳ୍ପ ପାଇଁ ପୂର୍ବରୁ ଡ଼କାଯାଇଥିବା ଟେଣ୍ଡରରେ ମନୋନୀତ ହୋଇଥିବା ଏଲ୍‌ଆଣ୍ଡଟି ସଂସ୍ଥାକୁ କାର୍ଯ୍ୟାଦେଶ ଦେବାକୁ କ୍ୟାବିନେଟ ମଞ୍ଜୁରି ମିଳିଛି।

ସେହିପରି ଭୂଆସୁଣିରେ ବିଏମସି ପକ୍ଷରୁ ହେବାକୁ ଥିବା ବାୟୋ ମାଇନିଂ ପ୍ରକଳ୍ପର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି। ଏହା ବାଦ ନଗର ଉନ୍ନୟନ , ପରିବହନ ଓ ପୂର୍ତ୍ତ ବିଭାଗର ଆଉ କିଛି ପ୍ରସ୍ତାବ କ୍ୟାବିନେଟରେ ପାରିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.