ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ, ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ ଗଂଜେଇ ଚାଷ ନଷ୍ଟ

ବାଲିଗୁଡା(କେନ୍ଯୁଜ୍): କନ୍ଧମାଳ ଜିଲ୍ଲା ପୋଲିସର ଅପେରସନରେ ଜାରି ରହିଛି ଗଂଜେଇ ଚାଷ ନଷ୍ଟ ଅଭିଯାନ । ଚାରି କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ ଗଂଜେଇ ଚାଷ ପୁଣି ନଷ୍ଟ କରିଛି କ. ନୂଆଗାଁ ଥାନା ପୋଲିସ ଓ ଅବକାରୀ ବିଭାଗ। କ. ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲଙ୍କ ନେତୃତ୍ୱରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଟିମ ଚଢାଉ କରିଥିଲେ ।

ପାଖାପାଖି ୪୦ଏକରରୁ ଉର୍ଦ୍ଧ୍ବ  ଟଙ୍କାର ବେଆଇନ ଗଂଜେଇ ଚାଷ ନଷ୍ଟ କରିଛି ଏହି ଟିମ୍ । କ. ନୂଆଗାଁ ଥାନା ସାଇନପଡା ପଂଚାୟତର ଜାରଙ୍ଗ ଗାଁ ନିକଟସ୍ଥ ଜଙ୍ଗଲରେ ଏହି ବେଆଇନ ଗଂଜେଇ ଚାଷ ହୋଇଥିଲା। ଖବର ପାଇ ପୋଲିସ ଓ ଅବକାରୀ ବିଭାଗ ର ମିଳିତ ଟିମ ଉକ୍ତ ଜଙ୍ଗଲରେ ଚଢ଼ାଉ କରି ଏହି ଗଂଜେଇ ଚାଷ ନଷ୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.