ମାଲକାନଗିରି: ଦୀର୍ଘ ଦିନ ଧରି ଅନୁପସ୍ଥିତ ଯୋଗୁଁ ୧୦ ଶିକ୍ଷକ ବହିଷ୍କୃତ

ମାଲକାନଗିରି(କେନ୍ୟୁଜ୍): ଦୀର୍ଘ ଦିନ ଧରି ଅନୁପସ୍ଥିତ ଯୋଗୁଁ ୧୦ ଶିକ୍ଷକ ବହିଷ୍କୃତ । ମାଲକାନଗିରି ଜିଲ୍ଲାରେ କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟରତ ୧୦ ଜଣ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି ।

ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିବା ଯୋଗୁଁ ପ୍ରଥମେ କାରଣ ଦର୍ଶାଅ ନୋଟିସ ପରେ କୌଣସି ଉତ୍ତର ନମିଳିବାରୁ ତାଙ୍କୁୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ଜିଲ୍ଲା ଶିକ୍ଷା ବିଭାଗ ଦ୍ଵାରା ସମସ୍ତଙ୍କୁ ବହିଷ୍କୃତ କରାଯାଇଛି ସେମାନଙ୍କୁ ଏହି ଅନୁପସ୍ଥିତ ରହିବା ନେଇ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା ।

Leave A Reply

Your email address will not be published.