‘ୟେ ‌ହୈ ମହବତେ’ ଧାରାବାହିକର ଫେମ ଅଭିନେତ୍ରୀ ରୁହାନିକା ମାତ୍ର ୧୫ ବର୍ଷ ବୟସରେ କିଣିଲେ ସ୍ବପ୍ନର ଘର, ସେୟାର କଲେ ଫଟୋ

ଆପଣ ଯଦି ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ହେଉଥିବା ‘ୟେ ‌ହୈ ମହବତେ’ ଧାରାବାହିକ ଦେଖିଥିବେ ତାହାଲେ ଜଣାଶୁଣା ଶିଶୁ ଅଭିନେତ୍ରୀ ରୁହାନିକା ଧାୱନଙ୍କୁ ମନେ ରଖିବେ। ଯିଏ ଛୋଟ ରୁହି ଭାବରେ ‘ୟେ ‌ହୈ ମହବତେ’ ଚରିତ୍ରରେ ଅଭିନୟ କରିଥିଲେ। ଏହି ଟିଭି ସିରିଏଲ ମାଧ୍ୟମରେ ରୁହାନିକା ରୁହି ହୋଇ ପ୍ରତ୍ୟେକଙ୍କ ଘରେ ନିଜର ପରିଚୟ ସୃଷ୍ଟି କରିଥିଲେ। ରୁହାନିକାଙ୍କୁ ଏବେ ମାତ୍ର ୧୫ ବର୍ଷ ବୟସ। ଏତେ କମ୍‌ ବୟସରେ ସେ କୋଟି କୋଟି ଟଙ୍କାର ଏକ ଘର କିଣି ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ଆଜିକାଲି ରୁହାନିକା ତାଙ୍କ ନୂଆ ଘର ବିଷୟରେ ଆଲୋଚନା କରୁଛନ୍ତି। ମାତ୍ର ୧୫ ବର୍ଷ ବୟସରେ, ରୁହାନିକା ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି। ଯାହାର ମୂଲ୍ୟ କୋଟି କୋଟି ଟଙ୍କା କୁହାଯାଉଛି। ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ସେ ତାଙ୍କ ନୂଆ ଘର ବିଷୟରେ ସୂଚନା ଦେଇଛନ୍ତି। ଏହି ଅଭିନେତ୍ରୀ ନିଜ ବିଳାସପୂର୍ଣ୍ଣ ଘରର ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି।

 

View this post on Instagram

 

A post shared by Ruhaanika Dhawan (@ruhaanikad)

ରୁହାନିକାଙ୍କ ଏହି ସଫଳତାରେ ତାଙ୍କ ପ୍ରଶଂସକ ଓ କୋ-ଷ୍ଟାର୍‌ମାନେ ବେଶ୍‌ ଖୁସି ଜାହିର କରିଛନ୍ତି। ରୁହାନିକା ଜୀବନରେ ଅଜସ୍ର ସଫଳତା ପାଆନ୍ତୁ ବୋଲି ସମସ୍ତେ ତାଙ୍କୁ ଶୁଭେଚ୍ଛା ଦେଉଛନ୍ତି। ତାଙ୍କ ପ୍ରଶଂସକଙ୍କ ସହ ଖୁସି ବାଣ୍ଟି ରୁହାନିକା ଲେଖିଛନ୍ତି ଯେ ତାଙ୍କ ସ୍ୱପ୍ନକୁ ସାକାର କରିବାରେ ସେ ବହୁତ ଖୁସି ଅଛନ୍ତି। ରୁହାନିକା ଏହା ମଧ୍ୟ କହିଛନ୍ତି ଯେ ଘର କିଣିବା ତାଙ୍କ ପାଇଁ ଏକ ବଡ କଥା। କିନ୍ତୁ ସେ ତାଙ୍କର ସ୍ୱପ୍ନକୁ ସାକାର କରିଛନ୍ତି।

ରୁହାନିକା କହିଛନ୍ତି ଯେ ସେ କେବଳ ତାଙ୍କ ମା;ଙ୍କ ଯୋଗୁ ଘର କିଣିବାକୁ ସକ୍ଷମ ହୋଇଥିଲେ। କାରଣ ତାଙ୍କ ମା ତାଙ୍କ ରୋଜଗାରକୁ ସଞ୍ଚୟ କରିଥିଲେ । ରୁହାନିକା ପ୍ରଶଂସକମାନଙ୍କୁ ମଧ୍ୟ କହିଥିଲେ ଯେ ଏହା ତାଙ୍କ ପାଇଁ ଆରମ୍ଭ ମାତ୍ର। ସେ ଏହାଠାରୁ ବଡ ସ୍ୱପ୍ନ ଦେଖୁଛନ୍ତି ଏବଂ କଠିନ ପରିଶ୍ରମ କରି ସେ ନିଶ୍ଚିତ ଭାବରେ ତାଙ୍କ ସ୍ୱପ୍ନକୁ ସାକାର କରିବେ। ରୁହାନିକାଙ୍କ ବିଷୟରେ କହିବାକୁ ଗଲେ ସେ ଜଣେ ଶିଶୁ ଅଭିନେତ୍ରୀ।ରୁହାନିକା ଲୋକପ୍ରିୟ ଟିଭି ଶୋ ‘ୟେ ‌ହୈ ମହବତେ’ ଏବଂ ୟେ ହୈ ଚାହତେ ରେ ଅଭିନୟ କରିଛନ୍ତି।ଏହି ଶୋ’ରୁ ରୁହାନିକାଙ୍କୁ ସ୍ୱତନ୍ତ୍ର ସ୍ୱୀକୃତି ମିଳିଥିଲା। ଏହାପରେ ସେ ପ୍ରତ୍ୟେକ ଘରେ ପ୍ରସିଦ୍ଧ ହୋଇପାରିଲେ।

Leave A Reply

Your email address will not be published.