Below header

ମୟୂରଭଞ୍ଜ: ବାଛୁରିପଦାରେ ବେଆଇନ ବାଣ କାରଖାନା ଉପରେ ଚଢାଉ, ୧୦୦ କେଜି ବିସ୍ଫୋରକ ସହ ବିଭିନ୍ନ ସାମଗ୍ରୀ ଜବତ

ମୟୂରଭଞ୍ଜ(କେନ୍ୟୁଜ୍): ଆଗକୁ ଦିପାବଳୀ । ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ କାରଖାନାରେ ବେଆଇନ ଭାବେ ବାଣ ତିଆରି ହେଉଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ ବୈଶିଙ୍ଗା ବାଛୁରିପଦାରେ ଥିବା ଏକ ବାଣ କାରଖାନାରେ ଚଢାଉ ହୋଇଛି । ୧୦୦ କେଜି ବିସ୍ଫୋରକ ସହ ବାଣ ତିଆରି ସାମଗ୍ରୀ ଓ ବହୁ ପରିମାଣରେ ବାଣ ଜବତ କରାଯାଇଛି । ମୟୂରଭଞ୍ଜ ପୋଲିସ ଚଢଉ କରି ଏସବୁ ଜବତ କରିଛି । ଏହି ଘଟଣାରେ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ବିରେନ କୁମାର ସାହୁ, ଲକ୍ଷ୍ମୀଧର ସାହୁ ଓ ନରେନ୍ଦ୍ର ସାହୁଙ୍କ ଘରୁ ବିସ୍ଫୋରକ ଓ ବାଣ ଜବତ କରାଯାଇଛି । ଘଟଣାରେ ବିରେନ୍‌ ସାହୁ ଓ ଲକ୍ଷ୍ମୀଧଧର ସାହୁଙ୍କୁ ଗିରପ କରାଯାଇଛି। ସେହିପରି ବିସ୍ଫୋରକ ଓ ବାଣ ତିଆରି ସାମଗ୍ରୀ ନେଇ ଯାଉଥିବା ଗୋଟିଏ ଗାଡିକୁ ପୋଲିସ ଜବତ କରିଛି । ତେବେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ଗାଡି ମାଲିକ ଓ ଡ୍ରାଇଭରଙ୍କ ନାଁରେ ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.