କଳାହାଣ୍ଡି ଜିଲ୍ଲାରେ ଆଉ ୧୧ କରୋନା ପଜିଟିଭ ଚିହ୍ନଟ, ପ୍ରଥମ କରି କ୍ଵାରେଣ୍ଟାଇନ ସୁପର ଭାଇଜରଙ୍କୁ କରୋନା

କଳାହାଣ୍ଡି: ଆଜି କଳାହାଣ୍ଡି ଜିଲ୍ଲାରୁ ୧୧ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏସମ୍ପର୍କରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଗଭଳି ପରାଗ ହର୍ଷଦ । ଏମଧ୍ୟରୁ ୧୦ଜଣ ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡ଼ ରାଜ୍ୟରୁ ଫେରିଥିବା ବେଳେ ସେମାନଙ୍କୁ କ୍ଵରେଣ୍ଟାଇନ ସେଣ୍ଟରରେ ରଖା ଯାଇଥିଲା । ଅନ୍ୟ ଜଣେ ଆକ୍ରାନ୍ତ କ୍ଵରେଣ୍ଟାଇନ ସେଣ୍ଟରର ସୁପର ଭାଇଜର ବୋଲି ଜଣାଯାଇଛି । କହିରଖିବା ଉଚିତ ହେବକି ପୂର୍ବରୁ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପରେ ଏହି ୨ ଜଣ ସୁସ୍ଥ ହୋଇଥିଲେ । ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଛୁଇଁଥିବା ବେଳେ ବର୍ତ୍ତମାନ ୧୧ ଟି ଆକ୍ଟିଭ କେଶ ରହିଛି ।

ଆଜି ସକାଳେ ହିଁ ଖୋର୍ଦ୍ଧା ଜିଲ୍ଲାରେ ପୁଣି ୭ କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି । ଏହା ସହ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଡିଙ୍ଗର ଗ୍ରାମର ୭୭ବର୍ଷର ଜଣେ ବୃଦ୍ଧଙ୍କର ଭୁବନେଶ୍ୱର ସ୍ଥିତ ଏମସରେ ଚିକିତ୍ସାଧିନ ଅବସ୍ଥାରେ ମୃତ ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.