ମାଛ ବନିସୀରେ ପଡିଲା ମଗରମାଛ, ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ବର୍ତ୍ତମାନ ସୋସିଆଲ ମିଡିଆରେ ଆଶ୍ଚର୍ଯ୍ଯ କରିବା ଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି। ଆଜି ଆମେ ଆପଣଙ୍କୁ ଏଭଳି ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଜଣେ ବ୍ଯକ୍ତି ମାଛ ଧରିବା ପାଇଁ ଏକ ନଦୀ ମଧ୍ଯକୁ ଯାଇଥିଲେ କିନ୍ତୁ ତାଙ୍କ କଣ୍ଟାରେ ମାଛ ନୁହେଁ ବରଂ ମଗରମାଛ ଆସିଥିଲା। ସୂଚନା ମୁତାବକ ଏହି ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସ ଅଫିସର ସୁଶାନ୍ତ ନନ୍ଦା ନିଜ ଟ୍ବିଟରେ ସେୟାର କରିଛନ୍ତି।

ଏହି ଭିଡିଓରେ ଆପଣମାନେ ଦେଖିପାରିବେ ବ୍ଯକ୍ତି ଜଣକ ନଦୀରେ ମାଛ ଧରିବା ପାଇଁ କଣ୍ଟା ପକାଇଛନ୍ତି। କିଛି ସମୟ ପରେ ସେ କଣ୍ଟାଟିକୁ ବାହାର କରିବା ପରେ ଏକ ମଗରମାଛ ଆସିଯାଇଥିଲା। ଏହି ମଗରମାଛକୁ ଦେଖିବା ପରେ ବ୍ଯକ୍ତି ଜଣକଙ୍କର ମଧ୍ଯ ହୋସ୍ ଉଠିଯିବା ସହ ସେ କଣ୍ଟା ମେସିନକୁ ଫୋପାଡି ଦେଇ ପଛକୁ ହଟି ଯାଇଥିଲେ। ଯାହାର ଭିଡିଓ ଯେସାସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.