ପ୍ରବାସୀ ଓଡ଼ିଆଙ୍କୁ ନେଇ ଦୁବାଇରୁ ବାହାରିଲା ଆଉ ଏକ ବିମାନ, ରାତି ୯ଟାରେ ପହଞ୍ଚିବ ଭୁବନେଶ୍ୱର ବିମାନ ବନ୍ଦରରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦୁବାଇରୁ ବାହାରିଲା ଆଉ ଏକ ବିମାନ । ପ୍ରବାସୀ ଓଡ଼ିଆଙ୍କୁ ନେଇ ଏହି ବିମାନ ଭୁବନେଶ୍ୱର ଆସୁଛି । ବର୍ତ୍ତମାନ କରୋନା ଭାଇରସ୍ ସାରା ବିଶ୍ୱକୁ ଆତଙ୍କିତ କରିଥିବା ବେଳେ ଆରବ ଦେଶ ଗୁଡ଼ିକରେ ଥିବା ପ୍ରବାସୀମାନେ ନିଜ ଘରମୁହଁ ହୋଇଛନ୍ତି । ଭାରତ ସରକାରଙ୍କ ସହାୟତାରେ ଦୁବାଇରେ ଥିବା ପ୍ରବାସୀମାନେ ଭାରତ ଫେରୁଛନ୍ତି । ସେହି କ୍ରମରେ ପୂର୍ବରୁ ଗୋଟିଏ ବିମାନରେ ୧୫୧ ଜଣ ଓଡ଼ିଆ ରାଜ୍ୟକୁ ଫେରିଥିଲେ । ଆଜିର ଏହି ବିମାନ ରାତି ୯ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ବୋଲି ସୂଚନା ରହିଛି ।

DUBAI-1

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.