Below header

ଆଉ ଜଣେ ପାଠୁଆ ପୁଅର ଜୀବନ ନେଇଛି ଅନଲାଇନ୍‌ ଗେମ୍‌ ପବଜି

ଏ ଜୀବନ ନେଉଥିବା ଗେମ୍‌ ନିଶାରେ ପିଲାଠୁ ଆରମ୍ଭ କରି ବଡ ମାନେ ସମସ୍ତ ପାଗଳ । ଆଉ ଏହି ଗେମ୍‌ ଗୋଟେ ଖେଳ ନୁହେଁ ତ ଗୋଟେ ମରଣ ଯନ୍ତା ।

ସୋର (କେନ୍ୟୁଜ) : ବୁଢ଼ି ମା ବସିଛି ନାତିକୁ ଚାହିଁ । ଆଉ ବସି ବସି ଭାବୁଛି ନାତିଆରେ ତୁ ଏ କଣ କରିଦେଲୁ । କି ଗେମ୍‌ ନିଶା ତୋତେ ହେଲା ଯେ ତୁ ଆମକୁ ଛାଡି ଚାଲିଗଲୁ । ମୁଁ ବୁଢ଼ିଟା ବଞ୍ଚିଛି କିନ୍ତୁ ମୋ ନାତି ଟୋକାଟା କେମିତି ମରିଗଲା । ଏୟା ସବୁ ମନରେ ଆଣି ନାତିର ଶବ ପାଖରେ ବସି କାନ୍ଦୁଛି ବୁଢ଼ି ମାଆ ।

ଆଉ ଜଣେ ପାଠୁଆ ପୁଅର ଜୀବନ ନେଇଛି ଅନଲାଇନ୍‌ ଗେମ୍‌ ପବଜି । ଏ ଜୀବନ ନେଉଥିବା ଗେମ୍‌ ନିଶାରେ ପିଲାଠୁ ଆରମ୍ଭ କରି ବଡ ମାନେ ସମସ୍ତ ପାଗଳ । ଆଉ ଏହି ଗେମ୍‌ ଗୋଟେ ଖେଳ ନୁହେଁ ତ ଗୋଟେ ମରଣ ଯନ୍ତା । ଯିଏ ଏହି ଗେମା ଜାଲରେ ଥରେ ପଡିଗଲା ସେଠୁ ବାହାରିବା ବହୁତ ମୁସକିଲ । ଏହି ଗେମ୍‌ ଖେଳି ଦେଶର କେତେ ପିଲାଙ୍କର ଜୀବନ ଗଲାଣି । ଆଉ ଏବେ ଜଣେ +୨ ଛାତ୍ରର ଜୀବନ ନେଇଗଲା ଏହି ଗେମ୍‌ ।

ଅନଲାଇନ ଗେମ ଖେଳି ଛାତ୍ର ହାରିଲେ ଜୀବନ । ଗତ ଦୁଇ ମାସରୁ ଅଧିକ ସମୟ ଧରି +୨ ଛାତ୍ର ଅନ ଲାଇନରେ ଖେଳୁଥିଲେ ପବଜି ଗେମ । ସୋର ଥାନା କୋଚିଆକୋଇଲି ଗ୍ରାମ ଶରତ ମଲିକଙ୍କ ପୁଅ ଆଶିଷ ଅନନ୍ତପୁର ସାରସ୍ବତ ମହାବିଦ୍ୟାଳୟରେ +୨ ପାଠ ପଢୁଥିଲା । ଆଶିଷ ଗତ ଦୁଇମାସ ଧରି ପବଜି ଗେମ ଖେଳୁଥିଲା ।

ଆଉ ଗେମ୍‌ ଜାଲରେ ପଡି କିଛିଦିନ ଧରି ସେ ମାନସିକ ଅବସାଦ ଦେଇ ଗତି କରୁଥିଲା l ଗତ କାଲି ଅପରାହ୍ନରେ ମାକୁ ଡ଼ାକ୍ତର ଦେଖାଇ ଫେରି ପୁଣି ଅନନ୍ତପୁର ଯାଇ ସନ୍ଧ୍ୟାରେ ଘରକୁ ଫେରି ଫ୍ୟାନରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିଲା । ପଡ଼ିଶା ମାନେ ତାର ଶବକୁ ଉଦ୍ଧlର କରି ଅନନ୍ତପୁର ଡ଼ାକ୍ତରଖାନକୁ ଆଣିଥିଲେ । କିନ୍ତୁ ସେତେବେଳକୁ ବହୁତ ଡେରି ହେଇଯାଇଥିଲା । ହସ୍ପିଟାଲରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଦେଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.