Below header

ପ୍ରାଧ୍ୟାପକଙ୍କ ବଦଳି ବାତିଲ ଦାବିରେ ତାତିଲେ ଛାତ୍ରଛାତ୍ରୀ, କଲେଜ ଗେଟରେ ଦେଲେ ତାଲା

ପ୍ରାଧ୍ୟାପକଙ୍କ ବଦଳି ବାତିଲ ଦାବିରେ ତାତିଲେ ଛାତ୍ରଛାତ୍ରୀ। କଲେଜ ଗେଟରେ ତାଲା ପକାଇଲେ ଧାରଣା ଦେଲେ ଛାତ୍ରଛାତ୍ରୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହାବିଦ୍ୟାଳୟରେ ପ୍ରାଧ୍ୟାପକଙ୍କ ବଦଳିକୁ ନେଇ ଛାତ୍ର ଅଶାନ୍ତି। ବାଣିଜ୍ୟ ବିଭାଗର ପ୍ରାଧ୍ୟାପକ ମଦନମୋହନ ବରାଳଙ୍କର ଖୋର୍ଦ୍ଧା ଜିଲ୍ଲା ନିରାକାରପୁରର କେବିଡିଏଭି କଲେଜକୁ ବଦଳି ହୋଇଛି।

ବଦଳିକୁ ବାତିଲ କରିବାକୁ ଛାତ୍ରଛାତ୍ରୀ କଲେଜ ଗେଟରେ ତାଲା ପକାଇବା ସହ ଧାରଣା ଦେଇଛନ୍ତି। ପୂର୍ବରୁ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ମହାବିଦ୍ଯାଳୟ ଅଧ୍ୟକ୍ଷଙ୍କୁ ବଦଳି ବାତିଲ ପାଇଁ ଲିଖିତ ଦାବି କରିଥିଲେ। ଏହା ପରେ ମଧ୍ୟ ବଦଳି ବାତିଲ ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରାଧ୍ୟାପକଙ୍କ ବଦଳି ଯୋଗୁ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେବ ବୋଲି ସେମାନେ କହିଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.