ଜଗନ୍ନାଥଙ୍କ ରୂପ ଏପରି କାହିଁକି, ପ୍ରଭୁ ଜଗନ୍ନାଥଙ୍କୁ ନେଇ ଏହି କଥା କେବେବି ଶୁଣିନଥିବେ ଆପଣ

କଣ ଆପଣଙ୍କୁ ଜଣାଅଛି କଣ ପାଇଁ ଜଗନ୍ନାଥଙ୍କର କାନ ନାହିଁ । ଆଖି ଅଛି ପତା ନାହିଁ । ହାତ ଅଛି ପାପୁଲି ନାହିଁ । କାହିଁକି ଜଗନ୍ନାଥଙ୍କର ପାଦ ନାହିଁ ।

ଯିଏ ରୁହନ୍ତି ଆଲୋକରେ…ଯିଏ ରୁହନ୍ତି ଅନ୍ଧକାରରେ…ଯିଏ ରୁହନ୍ତି ଶବ୍ଦରେ…ଯିଏ ରୁହନ୍ତି ନିଶବ୍ଦରେ…ଯିଏ ।ୁହନ୍ତି ବ୍ରହ୍ମାଣ୍ଡରେ ଶୁନ୍ୟତାରେ…ଯିଏ ରୁହନ୍ତି ପୃଥିବୀର ପରିପୂର୍ଣ୍ଣତାରେ…ଯିଏ ଅଛନ୍ତି ପିଲାଙ୍କ ପାଠ୍ୟକ୍ରମରେ…ଯିଏ ଅଛନ୍ତି ସାଧୁଙ୍କ ରୂଦ୍ରାକ୍ଷରେ…ଅନ୍ଧଙ୍କ ନୟନ ସିଏ…ଛୋଟାର ଆଶାବାଡି ସିଏ…ଜନ୍ମ,ମୃତ୍ୟୁ, ଜୀବନ, ଯୌବନ, ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର, ଏହି ସଂସାରର ଜୀବନ ମୃତ୍ୟୁ ଚକ୍ରରେ ସଦାସର୍ବଦା ସେ ହିଁ ବିଦ୍ୟମାନ । ଯିଏ ହେଲେ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ।

ଓଡିଶା ପ୍ରଭୁ ଜଗନ୍ନାଥଙ୍କୁ ନେଇ ସାରା ଦୁନିଆରେ ପ୍ରସିଦ୍ଧିଲାଭ କରିଛି । କିନ୍ତୁ କଣ ଆପଣଙ୍କୁ ଜଣାଅଛି କଣ ପାଇଁ ଜଗନ୍ନାଥଙ୍କର କାନ ନାହିଁ । ଆଖି ଅଛି ପତା ନାହିଁ । ହାତ ଅଛି ପାପୁଲି ନାହିଁ । କାହିଁକି ଜଗନ୍ନାଥଙ୍କର ପାଦ ନାହିଁ । ଏହା ହେଉଛି ଭକ୍ତଙ୍କ ଭାବର କଥା । ପ୍ରଭୁ ଜଗନ୍ନାଥଙ୍କୁ ଭକ୍ତ ପଚାରିଲା ଆପରଙ୍କର କାନ କଣ ପାଇଁ ନାହିଁ? ପ୍ରଭୁ କହିଲେ ସେଦିନ କାନ ଥିଲା ବୋଲି ଡାକଦେଲା ଗଜ । କୁମ୍ଭୀର ତାର ଗୋଡକୁ କାମୁଡି ଧରିଥିଲା । ଧାଇଁଗଲି ମୁଁ ଲକ୍ଷ୍ମୀଙ୍କୁ ନେଇ ଗଜ ପାଖକୁ । ସୁଦର୍ଶନରେ ମୁଁ ଯେତେବେଳେ ତାର ବେକକୁ କାଟିଲି କୁମ୍ଭୀର ମୋତେ ହାତ ଯୋଡି ପଚାରିଲା, ପ୍ରଭୁ ମୁଁ ତ ଆପଣଙ୍କ ପାଖରେ କିଛି ଭୁଲ କରିନାହିଁ। ଆମେ ତ ଗଜ ଆଉ ମୁଁ ଲଢ଼େଇ କରୁଥିଲୁ । ଆପଣ କଣ ପାଇଁ ମୋ ବେକ କାଟିଦେଲେ? ଏହାପରେ ପ୍ରଭୁ କୁମ୍ଭୀରକୁ କଥା ଦେଲେ, ମୁଁ ଯେମିତି ବିନା ଦୋଶରେ ତୋର ବେକ କାଟିଛି । କଳିଯୁଗରେ ମୁଁ ଯେତେବେଳେ ଜଗନ୍ନାଥ ଅବତାର ନେବି ସେତେବେଳେ ମୋ ସାରା ଶରୀର ଥିବ ହେଲେ ମୋ କାନ ନଥିବ । ନା ମୋର କାନ ଥିବ ନା ମୋତେ କିଏ ଗଜ ଡାକିଲେ ମୁଁ ଶୁଣି ପାରିବି ।

ଭକ୍ତ ପୁଣି ପଚାରିଲା ପ୍ରଭୁ ଆପଣଙ୍କର ଆଖି ଅଛି ହେଲେ ପତା କଣ ପାଇଁ ନାହିଁ । ପ୍ରଭୁ କହିଲେ, ମହାଭାରତରେ ଯେତେବେଳେ ଭୀମ ଓ ଦୁର୍ଯ୍ୟଧନ ଯୁଦ୍ଧ ଲାଗିଥିଲେ ଭୀମ ସେତେବେଳେ ଦୁର୍ଯ୍ୟଧନକୁ ଯେତେ ମାରିଲେ ସେ ମରିଲେ ନାହିଁ । ସେତେବେଳେ ଆଖି ଠାର ମାରି ଶ୍ରୀକୃଷ୍ଣ ଭୀମକୁ କହିଥିଲେ । ଭୀମ ସେତେବେଳେ ଜାନୁ ଭଙ୍ଗ କରି ଦୁର୍ଯ୍ୟଧନଙ୍କୁ ମାରିଥିଲେ । ଏହାପରେ ଦୁର୍ଯ୍ୟଧନ କହିଲେ ପ୍ରଭୁ, ମୁଁ ତ ଆପଣଙ୍କର କିଛି ଦୋଷ କରିନଥିଲି, ଆପଣ ମୋ ସହ ଏମିତି କାହିଁକି କଲେ । ପ୍ରଭୁ କହିଲେ ଦୁର୍ଯ୍ୟଧନରେ ମନ ଦୁଃଖ କରନି । ମୁଁ ତୋତେ କଥା ଦେଉଛି କଳିଯୁଗରେ ଜଗନ୍ନାଥ ଅବତାରରେ ମୋର ଆଖି ଥିବ ହେଲେ ପତା ନଥିବ ।

ପୁଣି ଭକ୍ତଟିଏ ପଚାରିଲେ ପ୍ରଭୁ ଆପଣଙ୍କର ହାତ ଅଛି ହେଲେ ପାପୁଲି ନାହିଁ । ପ୍ରଭୁ ସେଇଠୁ କହିଲେ ତ୍ରେତୟା ଯୁଗରେ ଯେତେବେଳେ ମୁଁ ସୁଗ୍ରୀବ ସହିତ ମିତ୍ରତା ରକ୍ଷା କରିବା ପାଇଁ ବାଳୀକୁ ବଦ୍ଧ କଲି, ସେହି ସମୟରେ ବାଳୀ କହିଲା ପ୍ରଭୁ ମୁଁ ତ ଆପଣଙ୍କର କିଛି ଦୋଷ କରିନଥିଲି ଆପଣ ଆପଣଙ୍କର ପତ୍ନୀଙ୍କୁ ନେବା ପାଇଁ ସୁଗ୍ରୀବଙ୍କ ସହ ମିତ୍ରତା କରିବା ପାଇଁ ଏବଂ ନିଜ ସ୍ୱାର୍ଥ ପାଇଁ କାହିଁକି ବଦ୍ଧ କଲେ । ସେଠୁ ପ୍ରଭୁ କହିଲେ, ତୁ ମନ ଦୁଃଖ କରନାରେ ବାଳୀ, କଣ ବର ମାଗୁଛୁ ମାଗ୍‌ । ସେଠୁ ବାଳୀ କହିଲା ଆପଣ ଯେଉଁ ହାତ ପାପୁଲିରେ ମୋତେ ମାରିଛନ୍ତି ସେ ପାପୁଲି ଆପଣଙ୍କର ନରହୁ । ପ୍ରଭୁ ରାମ କହିଲେ, ଏ ଯୁଗରେ ନୁହେଁ କଳିଯୁଗରେ ମୋର ହାତ ରହିବ କିନ୍ତୁ ପାପୁଲି ରହିବନାହିଁ , ଏହା ହେବ ଜଗନ୍ନାଥ ଅବତାର ସମୟରେ । ଦ୍ୱିତୀୟରେ ବାଳୀ କହିଲେ ରାଜ୍ୟର ମୁଁ ହେଉଛି ରାଜା, ପରିବେଶରେ ଯେତେ ଗଛ ଲତା ପଶୁ ପକ୍ଷୀ ଅଛି ସେସବୁ ମୋର । ହେଲେ ଯେଉଁ ଗଛ ପଛରେ ଆପଣ ଲୁଚି ଯାଇ ମୋତେ ଆକ୍ରମଣ କଲେ ସେହି ଗଛ କେତେ ବେଇମାନ୍‌ ।

ଏଇ ରାଜ୍ୟର ରାଜା ସହିତ ସେ ବେଇମାନ୍‌ କଲା । ଗଛ ଭାରି ମଧୁର ଆଉ ଭାରି ଫୁଲେଇ, ହେଳେ ଆଜି ଠୁ ଆପଣ କରିଦିଅ ପ୍ରଭୁ ଯେମିତି ତାର ଫଳ ପତ୍ରକୁ ଯିଏ ବି ପାଟିରେ ଦେବେ ଥୁ ଥୁ କରିବେ , ପ୍ରଭୁ କହିଲେ ତଥାସ୍ତୁ । ରାମ ଏତିକି କହି ଯିବାକୁ ବାହାରିଛନ୍ତି ସେଇଠୁ ସେ ବୃକ୍ଷ ପ୍ରଭୁଙ୍କ ପାତ ତଳେ ପଡିଯାଇ କହିଲା, ଆପଣ ପ୍ରଭୁ କେତେ ସ୍ୱାର୍ଥପର । ନିଜର ପତ୍ନୀଙ୍କ ପାଇଁ ମୋ ପାଖରେ ଆଶ୍ରୟ ନେଲେ ହେଲେ ମୋତେ ପୁଣି ଆପଣ ବାଳୀର ଅଭିଷାପ ଦେଇ ଯାଉଛନ୍ତି । ଏହାପରେ ପ୍ରଭୁ କହିଲେ ତୁ ବ୍ୟସ୍ତ ହଅନା । ତୋର ପାପର ଭାର ମୁଁ ନିଜେ ନେବି । ତୋର ଏ ଦେହରେ ମୋର ଶରୀର ଗଢ଼ା ହେବ । ସାରା ଜଗତ ଜାଣିବ ନିମ୍ବ । ଏହାପରେ ସାରା ଜଗତ କହିବ କହିବ ଜୟ ଜଗନ୍ନାଥ ।

Leave A Reply

Your email address will not be published.