Below header

୧୨ ଫୁଟ ଲମ୍ବର ସାପକୁ ଉଦ୍ଧାର କଲେ ଯୁବକ, କିନ୍ତୁ ପରେ ବେକରେ ପକାଇ ଖେଳ ଦେଖାଇବା ପଡିଲା ମହଙ୍ଗା

କଟକ (କେନ୍ୟୁଜ୍‌) : କଟକ ବନଖଣ୍ଡ ଡାଳିଯୋଡା ବନାଚଂଳ ଡମଣି ରେବେଣା ଡ୍ୟାମରୁ ଅହିରାଜ ସାପ ଉଦ୍ଧାର। ଜୀବନକୁ ବାଜି ଲଗାଇ ଆଦିବାସି ଯୁବକ ଉଦ୍ଧାର କଲେ ଅହିରାଜକୁ । ଏକ ୧୨ ଫୁଟ ଲମ୍ବ ଅହିରାଜ ସାପ ଡ୍ୟାମ ଭିତରେ ଅହିରାଜ ଖାଦ୍ୟ ଅନୁସରଣରେ ଏକ ଗୋଧିକୁ ଶିକାର କରିବା ପାଇଁ ଡ୍ୟାମ ଭିତରକୁ ପଶି ଆସିଥିଲା। ବେଶ କିଛି ସମୟ ଗୋଧି ଓ ସାପ ଲଢେଇ ପରେ ଗୋଧିକୁ, ସାପ ଶିକାର କରିଥିଲା। ଏହାକୁ ଦେଖିବା ପାଇଁ ଶହ ଶହ ଲୋକେ ଡ୍ୟାମ ନିକଟରେ ଜମା ହୋଇଯାଇଥିଲେ।

sanke ହେଲେ ସ୍ଥାନୀୟ ଜଣେ ଆଦିବାସୀ ଯୁବକ ଜୀବନକୁ ବାଜି ଲଗାଇ ଡ୍ୟାମରେ ପଶି ଶାପକୁ ଉଦ୍ଧାର କରି ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ସାପକୁ ବେକରେ ପକାଇ ଖେଳିଥିଲା। ଖବରପାଇ ମଙ୍ଗରାଜପୁର ବନପାଳ ମାଣିକ ମୁଣ୍ଡା ସେଠାରେ ପହଚିଂ ସାପକୁ ତାଠାରୁ ନେଇ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ। ହେଲେ ସାପକୁ ବେକରେ ପକାଇ ଖେଳ ଦେଖାଇବାକୁ ନେଇ ଯୁକକୁ ବନପାଳ ଅଟକ ରଖିପଚରା ଉଚରା ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.