ଭାବିପତ୍ନୀଙ୍କ ସହିତ ଫଟୋ ସେୟାର କଲେ ଚହଲ, ଇନଷ୍ଟାଗ୍ରାମରେ ଲେଖିଲେ ଏମିତି କମେଣ୍ଟ

ଭାରତୀୟ କ୍ରିକେଟ ଟିମର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି। ଏବେ ଚହଲ ଭାବିପତ୍ନୀ ଧନଶ୍ରୀ ବର୍ମାଙ୍କ ସହିତ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଫଟୋ ସେୟାର କରି ଚହଲ କ୍ଯାପସନ ଲେଖିଛନ୍ତି ‘ମେରା ଘର ଔର ମେରା ଆଡଭେଞ୍ଚର ଏକ ହି ଜଗା ପର’।

ସୂଚନାଯୋଗ୍ଯ, ଆଇପିଏଲ୍ ସମୟରେ ଚହଲଙ୍କୁ ଚିଅର କରିବାପାଇଁ ଧନଶ୍ରୀ ଦୁବାଇ ପହଞ୍ଚିଯାଇଥିଲେ। ଷ୍ଟାଡିୟମରେ ହେଉ ଅବା ବିରାଟଙ୍କ ଜନ୍ମିଦନରେ ଧନଶ୍ରୀଙ୍କୁ RCB ଟିମ୍ ସହିତ ଦେଖିବାକୁ ମିଳିଥିଲା।

chahal

ଏବେ ଚହଲ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବା ପାଇଁ ସିଡନୀରେ ପହଞ୍ଚିଯାଇଛନ୍ତି। ସେଠାରେ ଟିମ୍ ୧୪ ଦିନ ପାଇଁ କ୍ବାରେଣ୍ଟାଇନରେ ରହିବ। ଏହି ସମୟରେ ସେମାନେ କେବଳ ଅଭ୍ଯାସ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.