୭ ଘଣ୍ଟା ଧରି ଅର୍ଜୁନ ରାମପାଲଙ୍କୁ ଜେରା କଲା NCB, ଘରୁ ମିଳିଥିଲା ସନ୍ଦେହଜନକ ଔଷଧ

ଡ୍ରଗ୍ସ କନେକ୍ସନ ମାମଲାରେ NCB ପ୍ରତିଦିନ ବଲିଉଡ ସେଲିବ୍ରିଟିଙ୍କୁ ଜେରା କରୁଛି। ଗତ କିଛି ମାସ ଧରି ଫିଲ୍ମ ଇଣ୍ଡଷ୍ଟ୍ରୀର ବଡ଼ ବଡ଼ ହସ୍ତୀ NCB ଅଫିସ ଯାଇ ସାରିଲେଣି। ଏବେ ଏହି ତାଲିକାରେ ଅର୍ଜୁନ ରାମପାଲ ବି ଯୋଡ଼ି ହୋଇଛନ୍ତି। ଶୁକ୍ରବାର ପ୍ରାୟ ୭ ଘଣ୍ଟା ଧରି ଅର୍ଜୁନଙ୍କୁ ଜେରା କରିଛି NCB। NCB ରୁ ଫେରିବା ବେଳେ ଅର୍ଜୁନଙ୍କୁ ମିଡିଆ ମଧ୍ୟ ଘେରିଥିଲା। ସେ ସାମ୍ବାଦିକଙ୍କ କେତେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି।

ଅର୍ଜୁନ ମିଡ଼ିଆକୁ କହିଛନ୍ତି ଡ୍ରଗ୍ସ ସହ ମୋର କିଛି ସମ୍ପର୍କ ନାହିଁ। ମୋ ଘରୁ କିଛି ଔଷଧ ମିଳିଥିଲା, ଯାହାର ପ୍ରେସକ୍ରିପସନ ମୁଁ NCB କୁ ଦେଇଛି। ମୁଁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛି। NCB ଭଲ କାମ କରୁଛି।

ଏହା ପୂର୍ବରୁ NCB ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗୋବ୍ରିଏଲା ଡେମେଟ୍ରିଏଡସଙ୍କୁ ୨ ଦିନ ଧରି ଜେରା କରିଥିଲା। ଶୁକ୍ରବାର ଦିନ ତାଙ୍କ ବନ୍ଧୁ ପଲ ବରଟେଲଙ୍କୁ କୋର୍ଟଚାଲାଣ କରାଯାଇଥିଲା। ସେଠାରୁ ତାଙ୍କୁ ୨୫ ନଭେମ୍ବର ଯାଏଁ ବିଚାର ବିଭାଗୀୟ ଜେଲ ପଠାଯାଇଛି। ଏଥିସହ NCB ର ନଜର ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗୋବ୍ରିଏଲା ଡେମେଟ୍ରିଏଡସଙ୍କ ଭାଇ ଅଗିସିୟାଲୋସ ଡେମେଟ୍ରିଏଡସଙ୍କ ଉପରେ ମଧ୍ୟ ରହିଛି। ସେ ଡ୍ରଗ୍ସ ଗ୍ୟାଙ୍ଗର ଜଣେ ଆକ୍ଟିଭ ସଦସ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.