ଦୀପାବଳିରେ ଜାହ୍ନବୀ କପୁର ମନେ ପକାଇଲେ ନିଜ ପିଲାଦିନ, ମା ଶ୍ରୀଦେବୀଙ୍କ ବିଷୟରେ କହିଲେ କିଛି ଖାସ କଥା

ଜାହ୍ନବୀ କପୁର ଏବଂ ତାଙ୍କ ଭଉଣୀ ଖୁସି ଓ ବାପା ବୋନି କପୁର ଚେନ୍ନାଇ ସ୍ଥିତ ଶ୍ରୀଦେବୀଙ୍କ ବାପାଙ୍କ ଘରକୁ ବୁଲିବାକୁ ଯାଇଥିଲେ।ସେଠାରେ ସେମାନେ ଅନେକ ଭଲ ମୁହୁର୍ତ୍ତ ବିତାଇ ବର୍ତ୍ତମାନ ନିଜ ଘରକୁ ଫେରିଛନ୍ତି। ତେବେ ଜାହ୍ନବୀ କପୁରଙ୍କ ପାଇଁ ଏହି ଟ୍ରିପ ଖୁବ ଖାସ ଥିଲା ବୋଲି ସେ କହିଛନ୍ତି। ପ୍ରତି ବର୍ଷ ଦୀପାବଳିରେ ମା ଶ୍ରୀଦେବୀଙ୍କ ରହିଥିବା ଇଚ୍ଛା ବିଷୟରେ ମଧ୍ୟ ସେ କହିଛନ୍ତି।

janvi kapoor2

ଜାହ୍ନବୀ ଏକ ଇଣ୍ଟରଭୟୁର କହିଛନ୍ତି ଯେ, ଦୀପାବଳି, ନ୍ୟୁ ଇୟର ଏବଂ ବାର୍ଥଡେରେ ସବୁବେଳେ ନୂଆ ବ୍ରାଇଟ ପୋଷାକ ପିନ୍ଧିବା ଉଚିତ୍‌ ବୋଲି ତାଙ୍କ ମା କହୁଥିଲେ। ଚଳିତ ବର୍ଷ ସେ ନିଶ୍ଚିତ ଭାବରେ କିଛି ନୁଆ ପିନ୍ଧି ରେଡି ହେବେ ବୋଲି ଜାହ୍ନବୀ କହିଛନ୍ତି। ଖୁବ ଲମ୍ବା ସମୟ ପରେ ସେ ଭଲ ଭାବରେ ରେଡି ହେବେ ବୋଲି ଏକ୍ସାଇଟେଡ ମଧ୍ୟ ଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଘରେ ଏକ ଛୋଟ ପୂଜା ମଧ୍ୟ ସେ କରିବେ। ଅନ୍ୟପକ୍ଷରେ ବାପା ବୋନି କପୁର ଶ୍ରୀଦେବୀଙ୍କ ଚେନ୍ନାଇ ଘରକୁ ରିନୋଭେଣ୍ଟ କରିଛନ୍ତି। ଏହି ଘରେ ତାଙ୍କ ଝିଅମାନେ ସମୟ ବିତାଇବେ ବୋଲି ଶ୍ରୀଦେବୀଙ୍କ ଅନେକ ଦିନରୁ ଇଚ୍ଛା ରହିଥିଲା।

janvi kapoor3

ପର୍ବପର୍ବାଣୀ ସହିତ ଜଡି ହୋଇଥିବା ଜାହ୍ନବୀଙ୍କ ପିଲାଦିନ ବିଷୟରେ ମଧ୍ୟ ସେ କହିଛନ୍ତି। ପିଲା ବେଳେ ସେ ତାଙ୍କ ମା ଶ୍ରୀଦେବୀଙ୍କ ଚେନ୍ନାଇ ସ୍ଥିତ ଘରକୁ ଦୀପାବଳିରେ ବୁଲିବାକୁ ଯାଉଥିଲେ ଓ ଗଳିରେ ଲାଇଟ୍‌ ଦେଖିବା ପାଇଁ ବାହାରକୁ ବାହାରୁଥିଲେ। ଏହା ପରେ ସମସ୍ତେ ମିଶି ସାଉଥ ଇଣ୍ଡିଆର ବ୍ୟଞ୍ଜନ ଓ ମୋଙ୍ଗା ଜୁସ ପିଉଥିଲେ। ସେହି ଦିନରୁ ଜାହ୍ନବୀ ମୋଙ୍ଗା ଜୁସକୁ ଦୀପାବଳି ସହିତ ଜୋଡି ଦେଇଛନ୍ତି ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.