Below header

ଏଥରକ ଟ୍ୱିଟର ଉପରେ ବର୍ଷିଲେ କଙ୍ଗନା ରାଣାୱତ, କହିଲେ-ଏଭଳି ଆଣ୍ଟି ନ୍ୟାସନାଲ ପ୍ଲାଟଫର୍ମର କିଛି ଆବଶ୍ୟକତା ନାହିଁ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏବେ ନିଜ ଭାଇ ଅକ୍ଷତଙ୍କ ବିବାହରେ ବ୍ୟସ୍ତ ଅଛନ୍ତି। ତଥାପି ସେ ସୋସିଆଲ ମିଡିଆରେ ନିଜ ବେପରୁଆ ଅନ୍ଦାଜରେ ବୟାନ ଦେବା ବନ୍ଦ କରିନାହାନ୍ତି। ଏବେ କଙ୍ଗନା ଟ୍ୱିଟରକୁ ହିନ୍ଦୁଫୋବିକ ଓ ଆଣ୍ଟି-ନ୍ୟାସନାଲ କହିଛନ୍ତି।

କଙ୍ଗନା ନିଜ ଟ୍ୱିଟରରେ ଭାଇ ବାହାଘରର ୩ଟି ଫଟୋ ସେୟାର କରିଛନ୍ତି। ଫଟୋରେ ସେ କ୍ୟାପସନ ଲେଖିଛନ୍ତି “ବାପାଙ୍କ ସହ ଏକ ଦୁର୍ଲ୍ଲଭ ଫଟୋ, ଯେଉଁଥିରେ ଆମେ କୌଣସି କଥାରେ ସହମତି ଜଣାଉଥିବା ନଜର ଆସିଛି। ମାତ୍ର କାହାକୁ ମନେ ନାହିଁ ସେ କୋଉ କଥା। ମାତ୍ର ଶୁଣିବାକୁ ମିଳୁଛି ସରକାର ବୋଧେ ଟ୍ୱିଟର ଉପରେ ବ୍ୟାନ ଲଗାଇପାରନ୍ତି। ଭାରତରେ ଏମିତି ହେବା ଆବଶ୍ୟକତା ମଧ୍ୟ ରହିଛି। ଆମେ ଏଭଳି ହିନ୍ଦୁଫୋବିକ ଓ ଆଣ୍ଟିନ୍ୟାସନାଲ ପ୍ଲାଟଫର୍ମର କିଛି ଦରକାର ନାହିଁ।”

ସୂଚନାଯୋଗ୍ୟ ଯେ କଙ୍ଗନାଙ୍କ ଏହି ଟ୍ୱିଟ ପରେ ଲୋକମାନେ ତାଙ୍କୁ ପ୍ରବଳ ଟ୍ରୋଲ କରିଛନ୍ତି। ଲୋକେ ତାଙ୍କୁ ଘୃଣା ସୃଷ୍ଟି କରିବାକୁ ବାରଣ କରିଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ କଙ୍ଗନା ଖୁବଶୀଘ୍ର ଫିଲ୍ମ ‘ଥଲାଇବି’ରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.