Below header

ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବଳେ ୪୮ ଦାଦାନ ଶ୍ରମିକଙ୍କୁ ଉଦ୍ଧାର କଲା କଂଟାବାଞ୍ଜି ପୋଲିସ୍

କଂଟାବାଞ୍ଜି : ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବଳେ କଂଟାବାଞ୍ଜି ପୋଲିସ ୪୮ ଦାଦାନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଏମାନଙ୍କ ମଧ୍ୟରେ ୨୫ ପୁରୁଷ, ୨୩ ମହିଲା ଥିବା ବେଳେ ୮ ଶିଶୁ ଅଛନ୍ତି । ଦାଦାନ ଶ୍ରମିକ ମାନେ ବରଗଡ ଜିଲ୍ଲା ବରପାଳି, ନୂଆପଡା ଜିଲ୍ଲା ବୁଡେନ, ସିନାପାଳି, ବଲାଙ୍ଗିର ଜିଲ୍ଲା ମୁରିବାହାଲ, ଚୁଡାପାଳି ଅଂଚଳର ବୋଲି ଜଣାଯାଇଛି ।

ଦାଦନ ସର୍ଦାର ଠାରୁ ମୁଣ୍ଡା ପିଛି ୩୫ ରୁ ୪୦ ହଜାର ଲେଖାଏ ମୁଣ୍ଡପିଛା ଅଗ୍ରୀମ ନେଇ ଅଟୋ ଓ ପିକଅପ ଗାଡିରେ ଯୋଗେ ରେଳ ଷ୍ଟେସନକୁ ଯାଉଥିବା ବେଲେ ପୋଲିସ ଚଢାଉ କରିଥିଲା । ଦାଦନ ଶ୍ରମିକଙ୍କ ପାଖରେ କୌଣସି କାଗଜପତ୍ର ନଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ଏମାନେ ହାଇନ୍ଦ୍ରାବାଦର ଏକ ଇଟା ଭାଟିକୁ ଯିବାକୁ ଥିବା ଜଣାପଡିଛି । ତେବେ ପୋଲିସ ଚଢାଉ ବେଲେ ଦାଦାନ ସର୍ଦାର ଫେରାର ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.