Below header

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଜଣାଇଲେ ଦୀପାବଳି ଶୁଭେଚ୍ଛା, ସେନାଙ୍କ ସହ ପାଳିବାକୁ ଜୈସଲମେରରେ ପହଞ୍ଚିଲେ

ନୂଆଦିଲ୍ଲୀ : ଆଲୋକର ପର୍ବ ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାଇକ୍ରୋବ୍ଳଗିଂ ସାଇଟ୍‌ ଟ୍ଵିଟରରେ ଟ୍ଵିଟ୍‌ କରି ସେ ଏହି ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦି ଟ୍ଵିଟ୍‌ କରି ଲେଖିଛନ୍ତି ‘ସମସ୍ତ ଦେଶବାସୀଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭକାମନା । ଆପଣ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା । ଏହି ପର୍ବ ଆପଣଙ୍କ ଭବିଷ୍ୟତ ପାଇଁ ଉଜ୍ଜଳତା ଏବଂ ଆନନ୍ଦ ଆଣିଦେଉ। ସମସ୍ତେ ସୁସ୍ଥ ଓ ସମୃଦ୍ଧ ରୁହନ୍ତୁ ।’

&nbs

p;

ଏଥିସହ ପ୍ରଧାନମନ୍ତ୍ରୀ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ବୀର ଯବାନମାନଙ୍କୁ ମନେ ପକାଇବା ପାଇଁ କହିଛନ୍ତି । ସେ ବୀର ଯବାନମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି ଯଦିଓ ଆପଣମାନେ ସୀମାରେ ଅଛନ୍ତି ମାତ୍ର ପୂରା ଦେଶ ଆପଣଙ୍କ ସାଥିରେ, ଆପଣଙ୍କ ପାଇଁ ଶୁଭକାମନା କରୁଛି। ସେ ଆହୁରି ବି କହିଛନ୍ତି କି ଯାହାଙ୍କ ପିଲାମାନେ ଆଜି ସୀମାରେ କର୍ତ୍ତବ୍ୟ କରୁଛନ୍ତି ସେମାନଙ୍କ ତ୍ୟାଗକୁ ମୋର ନମସ୍କାର । ଏଥିସହ ଦେଶର ଯବାନମାନଙ୍କ ସହ ଦୀପାବଳି ଉତ୍ସବ ପାଳିବା ପାଇଁ ଜୈସଲମେର ବର୍ଡରରେ ପ୍ରଧାନମନ୍ତ୍ରୀ ପହଞ୍ଚିଛନ୍ତି ।

ସୈନିକଙ୍କ ନାମରେ ଗୋଟିଏ ଦୀପ ଜାଳନ୍ତୁ : ପ୍ରଧାନମନ୍ତ୍ରୀ

ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଜନତାଙ୍କୁ ଏକ ଦୀପ ସୈନିକଙ୍କ ନାମରେ ଜଳାଇବାକୁ ଆହ୍ଵାନ ଦେଇଛନ୍ତି । ଶ୍ରୀ ମୋଦି ଟ୍ଵିଟ୍‌ କରି କହିଛନ୍ତି ‘ ଏକ ଦିୟା ସାଲ୍ୟୁଟ୍‌ ଟୁ ଆଓ୍ଵାର ସେଲ୍‌ଜର୍‌’ । ସୈନିକଙ୍କ ଅଦ୍ଭୁତ ସାହାସକୁ ନେଇ ଆମ ହୃଦୟରେ ଯେଉଁ ସମ୍ମାନ ରହିଛି ଏହାକୁ ଶବ୍ଦରେ ବୟାନ କରିହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆମେ ସୀମାରେ ଥିବା ସୈନିକଙ୍କ ପରିବାରଙ୍କ ପାଖରେ ମଧ୍ୟ ଆମେ ଋଣୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.