ଟିକଟକ୍ ପ୍ରେମୀଙ୍କ ପାଇଁ ଖୁସି ଖବର, PUBG ପରେ ଫେରିପାରେ TikTok, ପଢନ୍ତୁ ସଂପୂର୍ଣ୍ଣ ଖବର

ଟିକଟକ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ପବ୍ଜୀ, ଟିକ୍ଟକ୍ ସମେତ ଅନେକ ଚୀନ୍ ଆପ୍ ଭାରତରେ ବ୍ୟାନ୍ ହୋଇଛି। PUBG କର୍ପୋରେସନ୍ ଭାରତରେ PUBG ମୋବାଇଲ୍ ଇଣ୍ଡିଆ ଲଞ୍ଚ କରିବା ନେଇ ନଭେମ୍ବର ୧୨ରେ ଘୋଷଣା କରିଛି। ତେବେ PUBG ମୋବାଇଲ୍ ଭାରତକୁ ଫେରିବାକୁ ଥିବା ବେଳେ ଏବେ ଲୋକପ୍ରିୟ ଭିଡିଓ ଆପ୍ ‘ଟିକଟକ୍ ଭାରତକୁ ଫେରିବାକୁ ପ୍ରଚେଷ୍ଟା ଚଳାଇଛି। ଭାରତ ସରକାରଙ୍କ ସହ କମ୍ପାନୀ ପକ୍ଷରୁ ଲଗାତର ଆଲୋଚନା କରାଯାଉଥିବା ଜଣାପଡ଼ିଛି।

ଟିକଟକ୍ ଇଣ୍ଡିଆ ହେଡ୍ ନିଖିଲ ଗାନ୍ଧି ଭାରତୀୟ ଟିକ୍ଟକ୍ କର୍ମଚାରୀଙ୍କୁ ଇମେଲ୍ କରିଛନ୍ତି। ଟିକଟକ୍ ପୁଣି ଫେରିବା ନେଇ ଇମେଲ୍ ମଧ୍ୟ ଭରସା ଦେଇଛନ୍ତି ନିଖିଲ। ତେବେ ବ୍ୟାନ୍ ପରେ ବି ପ୍ୟାରେଣ୍ଟ କମ୍ପାନୀ ବାଇଟ୍ଡ୍ୟାନ୍ସ ଅଧିନରେ ଭାରତରେ ଟିକଟକ୍ ଓ ହେଲୋ ପାଇଁ ୨୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ କମ୍ପାନୀ ପକ୍ଷରୁ ଭାରତର କର୍ମଚାରୀଙ୍କୁ ବୋନସ୍ ମଧ୍ୟ ମିଳିଛି।

tiktok

ସୂଚନାଯୋଗ୍ୟ, PUBG ମୋବାଇଲା ଚୀନ୍ କମ୍ପାନୀ ବିନା ଭାରତରେ ପ୍ରବେଶ କରିବ। କିନ୍ତୁ ଟିକଟକ୍ ର ପ୍ୟାରେଣ୍ଟ କମ୍ପାନୀ ହିଁ ଚୀନ। ତେବେ ଭାରତରେ ପୁଣି ଥରେ ପ୍ରବେଣ ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇନାହିଁ। ଭାରତକୁ ଫେରିବାକୁ ହେଲେ କେଉଁ ଭାରତୀୟ କମ୍ପାନୀକୁ ନିଜର ସହଯୋଗୀ କମ୍ପାନୀ ଭାବେ ଗ୍ରହଣ କରିବ ସେନେଇ ମଧ୍ୟ ଜଣାପଡ଼ିନାହିଁ। ସେପଟେ ଭାରତକୁ ପୁଣି ଫେରିବାକୁ କମ୍ପାନୀ ସବୁ ପ୍ରକାର ନିୟମ ମାନିବାକୁ ରାଜି ଥିବା ଜଣାପଡ଼ିଛି।