Below header

ଆପଣଙ୍କ ପାଖରେ ଅଛି କି ଏହି ଡିଗ୍ରୀ, ତେବେ ସରକାରୀ ଚାକିରିରେ ନିଯୁକ୍ତି ପାଇଁ ଜଲଦି କରନ୍ତୁ ଆବେଦନ

ରାଷ୍ଟ୍ରୀୟ ଭବନ ନିର୍ମାଣ ନିଗମ ଲିମିଟେଡରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଇଂଜିନିୟର ପଦବୀରେ ଜାରି କରାଯାଇଛି। ଯେଉଁ ଆବେଦନକାରୀ ଏହି ପଦବୀରେ ଚାକିରି ପାଇବାକୁ ଚାହୁଁଛନ୍ତି ସେମାନେ ୧୫ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହି ପଦବୀରେ ନିଯୁକ୍ତି ପାଇଁ ଆପଣ ଅନଲାଇନ୍‌ ଆବେଦନ କରିପାରିବେ।

ପଦବୀ ନାମ ଏବଂ ପଦ ସଂଖ୍ୟା:

ଇଂଜିନିୟର (ସିଭିଲ୍‌)- ୮୦ ପଦ

ଇଂଜିନିୟର (ଇଲେକ୍ଟ୍ରିକାଲ୍‌)- ୨୦ ପଦ

nbcc1ବୟସ ସୀମା:

ଏହି ପଦବୀରେ ଆବେଦନ କରିବା ପାଇଁ ଅଧିକତମ ବୟସ ସୀମା ୩୫ ବର୍ଷ ନିର୍ଦ୍ଦାରିତ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା:

ଆବେଦନ ପାଇଁ ଆବେଦନକାରୀଙ୍କ ପାଖରେ ଇଂଜିନିୟରିଂଗ (ସଭିିଲ୍‌ କିମ୍ବା ଇଲେକ୍ଟ୍ରିକାଲ) ର ଡିଗ୍ରୀ ଥିବା ଆବାଶ୍ୟକ।

nbcc-recruitmentଚୟନ ପ୍ରକ୍ରିୟା:

ଏହି ପଦବୀରେ ଆବେଦନକାରୀଙ୍କ ଚୟନ ଜିଡି ଏବଂ ସାକ୍ଷାତକାର ମାଧ୍ୟମରେ କରାଯିବ।

ଆବେଦନ ଶୁଳ୍କ:

ଜେନେରାଲ ଏବଂ ଓବିସି ଆବେଦନକାରୀଙ୍କ ପାଇଁ- ୫୦୦ ଟଙ୍କା

ଅନ୍ୟ ବର୍ଗର ଆବେଦନକାରୀଙ୍କ ପାଇଁ- କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.