Below header

ଏହି ଦିନିକିଆରେ ଇତିହାସ ରଚିଥିଲେ ରୋହିତ, ରୋହିତଙ୍କ ରେକର୍ଡକୁ ମନେ ପକାଇଲା BCCI

ଭାରତୀୟ ଟିମର ମହାନ କ୍ରିକେଟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା। ୨୦୧୪ ନଭେମ୍ବର ୧୩ରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ହାସଲ କରିଥିଲେ। କୋଲକାତାର ଇଡେନ୍ ଗାର୍ଡେନରେ ଶ୍ରୀଲଙ୍କା ବିପକ୍ଷରେ ୨୬୪ ରନର ବିଶାଳ ଇନିଂସ ଖେଳିଥିଲେ ରୋହିତ ଶର୍ମା। ତେବେ କ୍ରିକେଟ ପ୍ରେମୀଙ୍କ ମନରେ ଏହି ସ୍ମୃତି ପୁଣି ଥରେ ତାଜା ହୋଇଛି। ବିସିସିଆଇ ମଧ୍ୟ ଏଥିରୁ ବାଦ ପଡିନାହିଁ । ଟ୍ବିଟ୍ କରି ଏହି ସ୍ମରଣୀୟ ମୂହୁର୍ତ୍ତକୁ ମନେ ପକାଇଛି ବିସିସିଆଇ।

ରୋହିତଙ୍କ ଏହି ଐତିହାସିକ ବିସ୍ଫୋରକ ଇନିଂସର ଭିଡିଓ ସେୟାର କରିଛି ବିସିସିଆଇ ଲେଖିଛି ୨୦୧୪ ଆଜିର ଦିନରେ ରୋହିତ ଶର୍ମା ୨୬୪ ରନ କରି ଇତିହାସ ରଚିଥିଲେ। ଏହି ବିସ୍ଫୋରକ ଇନିଂସରେ ସେ ମୋଟ ୩୩ ଚୌକା ଏବଂ ୯ ଛକା ମାରିଥିଲେ । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ମାତ୍ର ୧୭୩ ବଲ ଖେଳି ୨୬୪ ରନର ବିଶାଳ ଇନିଂସ ଖେଳିଥିଲେ ଯେଉଁଥିରେ ୩୩ଟି ଚୌକା ଏବଂ ୯ ଛକା ଅର୍ନ୍ତଭୁକ୍ତ ଥିଲା । ରୋହିତ ପ୍ରଥମ ୫୦ରନ ୭୨ ବଲରେ ହାସଲ କରିଥିଲେ । ଏହା ପରେ ଗିୟର ବଦଳାଇଥିଲେ ରୋହିତ । ପରବର୍ତ୍ତୀ ୫୦ ରନ ମାତ୍ର ୨୮ ବଲରେ ସଂଗ୍ରହ କରି ଶତକ ହାସଲ କରିଥିଲେ। ୧୦୦ ରୁ ୧୫୦ ପହଞ୍ଚିବାକୁ ରୋହିତ ମାତ୍ର ୨୫ଟି ବଲ ଖେଳିଥିଲେ । ୧୫୧ ବଲ ଖେଳି ୨୦୦ ରନରେ ପହଞ୍ଚି ଯାଇଥିଲେ ରୋହିତ ଶର୍ମା।

ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ମଧ୍ୟ ରୋହିତଙ୍କର ଏହି ବିସ୍ଫୋରଣ ଇନିଂସକୁ ମନେ ପକାଇଛି । ଟ୍ବିଟ୍ କରି ଏହି ସ୍ମରଣୀୟ ମୂହୁର୍ତ୍ତକୁ ମନେପକାଇଛି ଆଇସିସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.