Below header

ଆଦିବାସୀ ସମ୍ପ୍ରଦାୟକୁ ଧର୍ମାନ୍ତରୀକରଣ ପ୍ରତିବାଦରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା

ମୟୁରଭଞ୍ଜ: ଆଦିବାସୀ ସମ୍ପ୍ରଦାୟକୁ ଧର୍ମାନ୍ତରୀକରଣ ପ୍ରତିବାଦରେ ଓଡିଶା ଆଦିବାସୀ ମହାସଭାର ମୟୁରଭଂଜ ବନ୍ଦ ଡାକରା । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ଡାକର ଦେଇଛି ମହାସଭା । ଷ୍ଟାଇଫେଣ୍ଡ ପୋର୍ଟାଲରେ ଧର୍ମ କଲମରେ କେବଳ ଏକମାତ୍ର ହିନ୍ଦୁ ଧର୍ମ ରହିଥିବା ବେଳେ ଏହାକୁ ଦୀର୍ଘ ଦିନରୁ ଆଦିବାସୀ ଛାତ୍ରଛାତ୍ରୀମାନେ ବିରୋଧ କରିଆସୁଛନ୍ତି । ବିଭିନ୍ନ ଆଦିବାସୀ ସଂଗଠନ ମଧ୍ୟ ଏନେଇ ସ୍ୱର ଉଠାଇଥିଲେ ।

ଗତ ଜାନୁଆରୀ ୧୧ ତାରିଖରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ଷ୍ଟାଇଫେଣ୍ଡ ପୋର୍ଟାଲରେ ସଂଶୋଧନ ନେଇ ବିଭିନ୍ନ ଆଦିବାସୀ ସଂଗଠନ ଗତ ଜାନୁଆରୀ ୨୫ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦେଇଥିଲେ । ତେବେ ପ୍ରଶାସନ ଏନେଇ କୌଣସି ତପ୍ତରତା ଦେଖାଉନଥିବା ବେଳେ ସମସ୍ତ ଆଦିବାସୀ ସଂଗଠନ ଏକଜୁଟ ହୋଇ ମୟୁରଭଂଜ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇ ଡାକରା ଦେଇଥିଲେ ।

ଆଦିବାସୀଙ୍କ ସ୍ୱାର୍ଥକୁ ନେଇ ରାଇରଙ୍ଗପୁର ଆସେକା କାର୍ଯ୍ୟାଳୟରୁ ଦିଆଯାଇଥିବା ଡାକରା ମୁତାବକ ସମସ୍ତ ଆଦିବାସୀ ରାଜରାସ୍ତାକୁ ଓହ୍ଲେଇ ଆସିଛନ୍ତି । ସକାଳୁ ସକାଳୁ ପିକେଟିଂ କରି ଦୋକାନ ବଜାରକୁ ବନ୍ଦ କରୁଛନ୍ତି । ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି ! ବନ୍ଦ ଡ଼ାକରାରେ ସରକରୀ ତଥା ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି । ଓଡିଶା ଆଦିବାସୀ ମହାସଭାର ଡ଼ାକରାରେ ସମ୍ପୂର୍ଣ୍ଣ ବାମନଘାଟି ଉପଖଣ୍ଡରେ ଅଖ ଚକ ବନ୍ଦ ରହିଛି । ଏହି ବନ୍ଦ ଡ଼ାକରାରେ କଲେଜ ଛାତ୍ର ଛାତ୍ରୀ ମାନେ ରାଜରାସ୍ତାକୁ ଓହ୍ଲେଇ ବନ୍ଦ କରାଇଛନ୍ତି। ଆସେକା , ଆଦିବାସୀ ହୋ ସମାଜ , ଭାରତୀୟ ମୁଣ୍ଡା ସମାଜ , ମୁଣ୍ଡାରୀ ସମାଜ ଓ ଆଦିବାସୀ ଛାତ୍ର ସଂଘ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.