ଏହିସବୁ କାରଣ ଯୋଗୁଁ ହୋଇଥାଏ କାନ ଯନ୍ତ୍ରଣା, ଜାଣନ୍ତୁ ଘରୋଇ ଉପଚାର

କାନରେ ଯନ୍ତ୍ରଣା ହେବା ଏକ ସାଧାରଣ ସମସ୍ୟା । ଏହି ଯନ୍ତ୍ରଣା ଉଭୟ କାନରେ ହୋଇପାରେ, ହେଲେ ଅଧିକାଂଶ ସମୟରେ ଏହା ଗୋଟିଏ କାନରେ ବି ହୋଇପାରେ । କାନର ଯନ୍ତ୍ରଣା କିଛି ସମୟ ବା ବେଶୀ ସମୟ ଧରି ଲାଗି ରହିପାରେ । ଏହି ଯନ୍ତ୍ରଣା କେତେବେଳେ ହାଲକା, ତ ଆଉ କେତେବେଳେ ଖୁବ୍ ଅଧିକ ହୋଇଥାଏ । କାନ ଇନଫେକ୍ସନ ବ୍ୟତୀତ ଆହୁରି ବି କେତେକ କାରଣରୁ କାନରେ ଯନ୍ତ୍ରଣା ହୋଇଥାଏ ।

କାନରେ ଯନ୍ତ୍ରଣାର ଲକ୍ଷଣ: କେବେ କେବେ କାମରେ ଯନ୍ତ୍ରଣା ହେବା କାରଣରୁ ଠିକରେ ଶୁଣାଯାଏନି । କିଛି ଲୋକଙ୍କ କାନରେ ତରଳ ପଦାର୍ଥ ମଧ୍ୟ ବାହାରି ଥାଏ । କାନ ଯନ୍ତ୍ରଣା କାରଣରୁ ପିଲାଙ୍କୁ ଶବ୍ଦ ରହି ରହି ଶୁଣାଯାଏ। ଜ୍ୱର ଆସିବା, ଶୋଇବାରେ ସମସ୍ୟା ଦେଖାଦେବା, କାନରେ ଅସହଜ ଲାଗିବା, ଚିଡିଚିଡ଼ାପଣ, ମୁଣ୍ଡବ୍ୟଥା ଓ ଭୋକ କମିଯିବା ଭଳି ଲକ୍ଷଣ ଦେଖା ଦେଇପାରେ ।

କାନ ଯନ୍ତ୍ରଣାର ସାମାନ୍ୟ କାରଣ: ସଂକ୍ରମଣ, ଆଘାତ, କାନରେ ଜ୍ୱଳନ କାରଣରୁ କାନରେ ଯନ୍ତ୍ରଣା ହୋଇପାରେ। ଦାନ୍ତରେ ଯନ୍ତ୍ରଣା କାରଣରୁ ମଧ୍ୟ କାନରେ କଷ୍ଟ ଅନୁଭବ ହୁଏ । ଇନଫେକ୍ସନ କାରଣରୁ କାନ ଭିତରୁ ଯନ୍ତ୍ରଣା ହୋଇଥାଏ । ଇନଫେକ୍ସନ ସ୍ୱିମିଂ ହେଡ୍ଫୋନ୍, କଟନ ଓ ଆଙ୍ଗୁଠି ପୁରାଇବା ଦ୍ୱାରା ବାହାରୁ ସଂକ୍ରମଣ ହୋଇପାରେ ।

ear

କାନ ଯନ୍ତ୍ରଣା ଅନ୍ୟ କାରଣ: ବାୟୁର ପ୍ରଭାବ, କାନରେ ମଇଳା, ଗଳା ଖରାପ ହେଲେ, ସାଇନସର ସଂକ୍ରମଣ, କାନରେ ପାଣି ବା ସାମ୍ପୁ ପଶିଗଲେ, ଦାନ୍ତରେ ସଂକ୍ରମଣ, କାନରେ ଏକ୍ଜିମା ହେବା କାରଣରୁ ମଧ୍ୟ ଯନ୍ତ୍ରଣା ହୋଇଥାଏ ।

ଘରେ କେମିତି କରିବେ ଚିକିତ୍ସା: କାନରେ ଯନ୍ତ୍ରଣା ହେଲେ ଏହାର ଚିକିତ୍ସା ଘରେ କରାଯାଇପାରିବ । କାନକୁ ଓଦା ହେବାକୁ ଦିଅନ୍ତୁ ନାହିଁ । କାନରୁ ଯନ୍ତ୍ରଣା ହ୍ରାସ କରିବା ପାଇଁ ସିଧା ହୋଇ ବସନ୍ତୁ । ଚୁଇଗମ୍ ଚୋବାଇବାରେ ମଧ୍ୟ କମ୍ ପ୍ରଭାବ ପଡ଼ିପାରେ । ନବଜାତ ଶିଶୁ କାନରେ ଯନ୍ତ୍ରଣାଯଦି ହୁଏ ତାକୁ କ୍ଷୀର ପିଆନ୍ତୁ । ଏଥିରେ କାନରେ ଯନ୍ତ୍ରଣା ପ୍ରଭାବ କମିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.