ଭୟାବହ ଅଗ୍ନିକାଣ୍ଡ, ୩ ପରିବାରର ଜଳିଗଲା ୧୨ ବଖରା ଘର
ବାସୁଦେବପୁର ବ୍ଲକ ଖରିଡା ବିନାୟକପୁର ଗ୍ରାମ ମହାଦେବସାହିରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଜଳିଯାଇଛି ।

ବାସୁଦେବପୁର : ବାସୁଦେବପୁର ବ୍ଲକ ଖରିଡା ବିନାୟକପୁର ଗ୍ରାମ ମହାଦେବସାହିରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଜଳିଯାଇଛି । ଏହି ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନଥିଲେ ବି ଏହା ବିଦ୍ୟୁତ ସଟସର୍କିଟରେ ନିଆଁ ଲାଗିଥାଏ ପରେ ବୋଲି ଅନୁମାନ କରାଯାଉଛି। ଅଗ୍ନି ବିପନ୍ନ ପରିବାର ହେଲେ ରମେଶ ବାରିକ, ସର୍ବେଶ୍ଵର ବାରିକ ଓ ପ୍ରମିଳା ବାରିକଙ୍କ ଘର ।
ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକେ ଶୋଇଥିବା ବେଳେ ହଠାତ ରମେଶଙ୍କ ଘର ମଥାନରେ ନିଆଁ ଜଳିବା ସହିତ ଆଖପାଖ ଘର ଗୁଡିକ ନିଆଁ ବ୍ୟାପିଯାଇଥିଲା । ସ୍ଥାନୀୟ ଲୋକେ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିବା ସହିତ ଦମକଳକୁ ଖବର ଦେଇଥିଲେ ।
ଦମକଳ ପହଂଚି ଦୀର୍ଘ ୪ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲା । ହେଲେ ଏହି ନିଆଁରେ ବିପନ୍ନ ପରିବାର କେବଳ ପିନ୍ଧା ଲୁଗା ବ୍ୟତୀତ କିଛି ଘର ଭିତରୁ ବାହାର କରିପାରିନଥିଲେ । ଏହି ନିଆଁ ରେ ସୁନା ଗହଣା ସହିତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ସ୍ଥାନୀୟ ତହସିଲଦାର ସମେତ ବିଭିନ୍ନ ଦଳର ନେତା ପହଂଚି ବିପନ୍ନ ପରିବାରକୁ ଆଶ୍ୱାସନା ଦେଇଥିଲେ ।