ଏହି ଜୀବ ସପ୍ତାହ ପର୍ଯ୍ୟନ୍ତ ମୁଣ୍ଡ ବିନା ବଞ୍ଚିପାରିବ ? ଜାଣନ୍ତୁ ଏହା ପଛର କାରଣ…

ବିଜ୍ଞାନ ହେଉଛି ଏକ ବିଷୟ ଯାହାର ରହସ୍ୟ ଆଜି ବି ଅକ୍ଷୁର୍ଣ୍ଣ ରହିଛି ଏହି ବିଷୟ ଉପରେ ଯେତେ ଅଧିକ ଗବେଷଣା କରାଯାଏ, ସେତେ ଅଧିକ ଆଗ୍ରହ ବଢ଼ିଥାଏ । ଆଉ ଏହି ସମସ୍ତ ବିଷୟରେ ଲୋକମାନେ ଖୋଜି ଥାଆନ୍ତି ଏବଂ ଶିଖିଥାଆନ୍ତି । ନିଜର ମନ ଏବଂ ମସ୍ତିସ୍କ ପରୀକ୍ଷା କରିବା ଏବଂ ନୂତନ ରହସ୍ୟ ଉନ୍ମୋଚନ କରିବାକୁ ଏହି ବିଷୟ ଶିଖନ୍ତି ଏବଂ ଅନୁସନ୍ଧାନ କରନ୍ତି ।

ବିଜ୍ଞାନ ହେଉଛି ଏକ ବିଷୟ ଯାହାର ରହସ୍ୟ ଆଜି ବି ଅକ୍ଷୁର୍ଣ୍ଣ ରହିଛି ଏହି ବିଷୟ ଉପରେ ଯେତେ ଅଧିକ ଗବେଷଣା କରାଯାଏ, ସେତେ ଅଧିକ ଆଗ୍ରହ ବଢ଼ିଥାଏ । ଆଉ ଏହି ସମସ୍ତ ବିଷୟରେ ଲୋକମାନେ ଖୋଜି ଥାଆନ୍ତି ଏବଂ ଶିଖିଥାଆନ୍ତି । ନିଜର ମନ ଏବଂ ମସ୍ତିସ୍କ ପରୀକ୍ଷା କରିବା ଏବଂ ନୂତନ ରହସ୍ୟ ଉନ୍ମୋଚନ କରିବାକୁ ଏହି ବିଷୟ ଶିଖନ୍ତି ଏବଂ ଅନୁସନ୍ଧାନ କରନ୍ତି । କିନ୍ତୁ ବେଳେବେଳେ ଆମେ ବିଭିନ୍ନ ବିଚାର ଏବଂ ଅନ୍ୟାନ୍ୟ ଚିନ୍ତାଧାରାରେ ଫସି ରହିଥାଉ ଏବଂ ଏହି ମନକୁ ସେହି ଦ୍ୱନ୍ଦ୍ୱରୁ ବାହାର କରିବା ପାଇଁ ଆମକୁ କିଛି ଅଲଗା ଚିନ୍ତା କରିବାକୁ ପଡିଥାଏ ।

ତେବେ ଦୁନିଆରେ ଏଭଳି କିଛି ଜିନିଷ ଅଛି ଯାହା ବିଷୟରେ ଆମେ ଜାଣି ନାହୁଁ କି ଦେଖି ନାହୁଁ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଦୁନିଆରେ ଏଭଳି କିଛି ଜୀବ ଅଛନ୍ତି ଯାହାଙ୍କ ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତାଙ୍କର କିଛି କାରନାମା ଆପଣଙ୍କୁ ବିଚଳିତ କରିବ । ତେବେ ସେମିତି ଜୀବ ମାନଙ୍କ ମଧ୍ୟରେ ଅସରପା ଏକ ଜୀବ । ଯିଏ ବିନା ମୁଣ୍ଡରେ ଏକ ସପ୍ତାହ ଜୀବିତ ରହିପାରିବ । ଏହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଆପଣଙ୍କ ପାଇଁ ବିଶ୍ୱାସ କରିବା କଷ୍ଟକର ଯେ ଗୋଟିଏ ପ୍ରାଣୀ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ମୁଣ୍ଡ ବିନା କେମିତି ବଞ୍ଚିପାରିବ । ଜଣେ ନିଶ୍ୱାସ ନ ନେଇ ମୁଣ୍ଡ ବିନା ରହିବ କିପରି ? ଖାଇବ ପିଇବ କେମିତି? ମୁଣ୍ଡ ବିନା ବଞ୍ଚିବା ଅସମ୍ଭବ ମନେହୁଏ । କିନ୍ତୁ ଏହା ସତ୍ୟ ଯେ ପୃଥିବୀରେ ଏପରି ଏକ ପ୍ରାଣୀ ଅଛି ଯିଏ ବିନା ମୁଣ୍ଡରେ ପ୍ରାୟ ଏକ ସପ୍ତାହ ବଞ୍ଚିପାରିବ । ଏହି ଜୀବର ନାମ ହେଉଛି ଅସରପା । ଅସରପା ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ମୁଣ୍ଡ ବିନା ବଞ୍ଚିପାରେ । ବାସ୍ତବରେ, ପ୍ରକୃତିର ଏହି ଚମତ୍କାର ପଛରେ ବିଜ୍ଞାନ ଅଛି ଯାହା ବିଷୟରେ ଆପଣ ନିଶ୍ଚିତ ଭାବରେ ଜାଣିବା ଉଚିତ୍ ।

ଆପଣ ନିଶ୍ଚୟ ଡ୍ରେନ୍ ନିକଟରେ, ଘରର ରୋଷେଇ ଘର କିମ୍ବା ବାଥରୁମ୍ରେ ଅସରପା ଦେଖିଥିବେ । ଅସରପା ସେମାନଙ୍କର ପରିଶ୍ରମ ପାଇଁ ବେଶ୍‌ ଜଣାଶୁଣା । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ଜୀବ ସପ୍ତାହ ପର୍ଯ୍ୟନ୍ତ ମୁଣ୍ଡ ବିନା ବଞ୍ଚିପାରିବ । ବାସ୍ତବରେ, ଅସରପାର ଶରୀରର ବିଶେଷ ଗଠନ ହେତୁ ଏହା ସମ୍ଭବ ହୋଇପାରିଛି ।

ତେବେ ଆପଣଙ୍କୁ ଜଣାଛୁ ଯେ ଗୋଟିଏ ଅସରପା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ମୁଣ୍ଡ ବିନା ବଞ୍ଚିବାର କାରଣ ହେଉଛି ଏହାର ଶରୀରରେ ଖୋଲା ରକ୍ତ ସଞ୍ଚାଳନ ପ୍ରଣାଳୀ । ଅସରପା ମାନଙ୍କ ଶରୀରରେ ଛୋଟ ଛୋଟ ଛିଦ୍ର ଥାଏ ଯାହା ମାଧ୍ୟମରେ ସେମାନେ ନିଶ୍ୱାସ ପ୍ରଶ୍ୱାସ କରନ୍ତି । ସେଥିପାଇଁ ସେମାନେ ନିଶ୍ୱାସ ପ୍ରଶ୍ୱାସ ପାଇଁ ମୁଣ୍ଡ ଉପରେ ନିର୍ଭର କରନ୍ତି ନାହିଁ । ତେଣୁ ଅସରପା ଏକ ସପ୍ତାହ କିମ୍ବା ଅଧିକ ସମୟ ଜୀବିତ ଅବସ୍ଥାରେ ରହିପାରେ । ଅସରପା କେବଳ ଏଥିପାଇଁ ମରିଥାଏ କାରଣ ପାଟି ବିନା ସେ ପାଣି ପିଇ ପାରେ ନାହିଁ ଯାହାଫଳରେ ଶୋଷରେ ମରିଯାଏ । ଯେତେବେଳେ ଶରୀରରୁ ମୁଣ୍ଡ ଅଲଗା ହୋଇଯାଏ, ସେତେବେଳେ ସେ ପାଣି ପିଇବାକୁ ଅସମର୍ଥ ହୋଇଥାଏ । ତେଣୁ ଶୋଷ ହେତୁ ଯନ୍ତ୍ରଣା ସହ୍ୟ କରି ନପାରି ମରିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.