ମହିଳା ମାନିଲେନି ଟ୍ରାଫିକ୍‌ ନିୟମ, ଏବେ ନାମ ଏମିତି ନେଲେ ଯେ ଜମା ଭୁଲିବେନି

ଯାହାପରେ ମହିଳାଙ୍କ ଗାଡି ଚଲାଇବା ନିଶା ଏକଦମ୍‌ ଉତୁରୀ ଯାଇଥିବ ନିଶ୍ଚୟ ।

ମହିଳା ଚଲାଉଥିବା ଗାଡି ଯେତିକି ଦାମ୍‌ ନୁହେଁ ତାଠୁ ଢ଼େର ଅଧିକ ଟଙ୍କା ଏବେ ଚାଲାଣ ଭରିବେ । ଖାଲି କଣ ସେତିକି ନା କଣ ସେ ଚଲାଉଥିବା ଗାଡି ବି ଜବତ ହୋଇଛି । ଯାହାପରେ ମହିଳାଙ୍କ ଗାଡି ଚଲାଇବା ନିଶା ଏକଦମ୍‌ ଉତୁରୀ ଯାଇଥିବ ନିଶ୍ଚୟ । ବେଙ୍ଗାଲୁରୁରର ଏ ମହିଳା ଜଣଙ୍କୁ ଲଗାତାର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା କାରଣରୁ ଏକ କଡ଼ା ଶିକ୍ଷା ମିଳିଛି। ସେ ଟ୍ରାଫିକର ସବୁ କିଛି ନିୟମକୁ ଏକଦମ୍‌ ଫୁ କରିଦେଇଛନ୍ତି । ବିନା ହେଲମେଟରେ ସ୍କୁଟି ଚଳାଉଥିବା ଏହି ମହିଳାଙ୍କୁ ୧ ଲକ୍ଷ ୩୬ ହଜାର ଟଙ୍କାର ଚାଲାଣ ପଠାଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ଚାଲାଣ ତାଙ୍କ ହୋଣ୍ଡା ଆକ୍ଟିଭା ସ୍କୁଟିର ମୂଲ୍ୟ ଠାରୁ ବହୁତ ଅଧିକ । ତାଙ୍କ ସ୍କୁଟିକୁ ମଧ୍ୟ ଜବତ କରାଯାଇଛି।

ସିସିଟିଭି ଫୁଟେଜରୁ ନିଆଯାଇଥିବା ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ମହିଳା ଜଣକ ପ୍ରାୟ ୨୭୦ ଥର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣକ ବିନା ହେଲମେଟରେ ସ୍କୁଟି ଚଳାଉଥିଲେ। ତାଙ୍କ ପଛରେ ବସିଥିବା ଲୋକ ବି ହେଲମେଟ୍ ପିନ୍ଧି ନଥିଲେ। ସେ ରଙ୍ଗ୍ େଓ୍ଵ ରେ ମଧ୍ୟ ସ୍କୁଟି ଚଳାଉଥିଲେ। ଖାଲି ସେତିକି ନୁହେଁ ସ୍କୁଟି ଚଳାଇବା ସମୟରେ ସେ ମୋବାଇଲରେ କଥା ବାର୍ତ୍ତା କରିବା ସହ ଟ୍ରାଫିକ ସିଗନାଲକୁ ମଧ୍ୟ ମାନିନଥିଲେ। ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ମହିଳାଙ୍କ ନିୟମ ଉଲ୍ଲଂଘନର ଦୃଶ୍ୟ କଏଦ ହୋଇଛି।

ତେବେ କୁହାଯାଉଛି ଯେ ମହିଳାଙ୍କ ଉପରେ ଲଗାଯାଇଥିବା ଏହି କଠୋର ଜରିମାନା ଟ୍ରାଫିକ ନିୟମ ମାନୁନଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ଶିକ୍ଷା ହେବ ନିଶ୍ଚିତ । ମେଟ୍ରୋ ସହରଗୁଡ଼ିକରେ ଟ୍ରାଫିକ୍ ସ୍ଥିତି ଉପରେ ନଜର ରଖୁଥିବା ସିସିଟିଭି ମନିଟରିଂର ଗୁରୁତ୍ୱକୁ ମଧ୍ୟ ଏହା ସାମ୍ନାକୁ ଆଣିଛି କହିଲେ ଭୁଲ ହେବନି । ଏହି ସିସିଟିଭି ମନିଟରିଂ ଦ୍ୱାରା ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଏ। ଏହାବ୍ୟତୀତ ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ ପିନ୍ଧିବା ଅତ୍ୟନ୍ତ ଜରୁରୀ କାରଣ ଏହା ଦୁର୍ଘଟଣା ସମୟରେ ଚାଳକଙ୍କ ଜୀବନ ବଞ୍ଚାଇଥାଏ ।

ମହିଳାଙ୍କ ଉପରେ ଲଗାଯାଇଥିବା ଜରିମାନା ମଧ୍ୟ ଯଥାର୍ଥ, କାରଣ ଟ୍ରାଫିକ୍ ନିୟମ ଭାଙ୍ଗି ସେ କେବଳ ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କ ଜୀବନକୁ ବିପଦରେ ପକାଉନଥିଲେ। ପରିସଂଖ୍ୟାନ ଅନୁଯାୟୀ, ଭାରତରେ ସଡ଼କ ଦୁର୍ଘଟଣାରେ ସର୍ବାଧିକ ଲୋକ ପ୍ରାଣ ହରାଉଛନ୍ତି।

ଭାରତରେ ବର୍ଷ ୨୦୨୧ରେ ୧୧୩୦ଟି ସଡ଼କ ଦୁର୍ଘଟଣା ଘଟିଥିଲା। ସେହିପରି ୨୦୨୨ମସିହାରେ ଏହି ସଂଖ୍ୟା ୧୨୬୩କୁ ବୃଦ୍ଧି ପାଇଛି। ୨୦୨୧ରେ ଦୈନିକ ଦୁର୍ଘଟଣାରେ ୪୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୩ରେ ୪୬୧ ଜଣଙ୍କ ମୃତ୍ୟୁ ହୋଇଛି। ଭାରତରେ ଅଧିକାଂଶ ସଡ଼କ ଦୁର୍ଘଟଣା ଅତ୍ୟଧିକ ଦ୍ରୁତ ଗତିଯୋଗୁଁ ହୋଇଥାଏ । ୨୦୨୨ମସିହାରେ ଦ୍ରୁତ ଗତିରେ ଗାଡ଼ି ଚଳାଇ ୧,୧୯,୯୦୪ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଭୁଲ ପାର୍ଶ୍ୱରେ ଗାଡି ଚଳାଇବା କାରଣରୁ ୯୦୯୪ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଆପଣ କୁହନ୍ତୁ ଏ ମହିଳା ଜଣଙ୍କ ଠିକ୍‌ କରିଛନ୍ତି ନା ଭୁଲ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.